କିସ୍‌ ପରିଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା,କହିଲେ କିସ ହେଉଛି ସମଗ୍ର ବିଶ୍ୱର ଏକ ଅଦ୍ଭୁତ ଓ ଅକଳ୍ପନୀୟ ସ୍ଥାନ

କେନ୍ୟୁଜ୍(ବ୍ୟୁରୋ):   ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା କିଟ ଓ କିସ୍‌ ପରିଦର୍ଶନ କରିଛନ୍ତି । ସେ କିଟ୍‌ ବିଶ୍ୱବିଦ୍ୟାଳୟର ସମସ୍ତ କ୍ୟାମ୍ପସ ବୁଲି ଦେଖିବା ସହ କିସ୍‌ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ଏହି ଅବସରରେ ସେ କିସ୍‌ର ୨୭ ହଜାର ଛାତ୍ରଛାତ୍ରୀଙ୍କୁ ଉଦବୋଧ ଦେଇ କହିଥିଲେ କିସ ହେଉଛି ସମଗ୍ର ବିଶ୍ୱର ଏଭ ଅଭୁତ ଓ ଅକଳ୍ପନୀୟ ସ୍ଥାନ । ଗରିବ ଜନଜାତି ପିଲାମାନଙ୍କୁ ଏଠାରେ ପ୍ରାଥମିକସ୍ତରରୁ ସ୍ନୋତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦରନ କରାଯାଉଥିବା ଜାଣିବା ପରେ ମୋର ଅନୁଭୂତି ହୋଇଛି ଯେ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଏହି ଅନୁଷ୍ଠାନକୁ ଆରମ୍ଭ କଲା ବେଳେ ଭବିଷ୍ୟକୁ ଦୂରଦୃଷ୍ଟିରେ ରଖି ତିଆରି କରିଥିଲେ । ବହୁତ ଲୋକ ଅନେକ ବଡ ବଡ ସ୍ୱପ୍ନ ଦେଖିଥାନ୍ତି ଏବଂ ସେହି କଳ୍ପନାକୁ ସାକାର କରିବା ପାଇଁ ଚେଷ୍ଟା କରିଥାନ୍ତି । ମାତ୍ର ଅଧିକାଂଶ ଏହାକୁ କାର୍ଯ୍ୟକାରୀ କରିବାରେ ଅସଫଳ ହୋଇଥାନ୍ତି । କିନ୍ତୁ ସ୍ୱପ୍ନକୁ ବାସ୍ତବରେ ପରିଣତ କରାଯାଇପାରେ ବୋଲି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କିସ୍‌ ମାଧ୍ୟମରେ ପ୍ରମାଣିତ କରି ଦେଖାଇ ଦେଇଛନ୍ତି ।

ସ୍ୱାଧୀନତାର ବହୁ ବର୍ଷ ପୂର୍ବରୁ ସ୍ୱାମୀ ବିବେକାନନ୍ଦ ଭାରତର ଜ୍ଞାନ, ବିଜ୍ଞାନ ଓ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ଯେଉଁ ଆହ୍ନାନ ଦେଇଥିଲେ ତାହା ଡ.ସାମନ୍ତଙ୍କ ମାଧ୍ୟମରେ କିସ୍‌ରେ ସାକାର ହୋଇଛି ବୋଲି ସେ କହିଥିଲେ । ଅର୍ଜ୍ଜୁନ ମୁଣ୍ଡା କହିଥିଲେ ଯଦି ସ୍ୱାଧୀନତାର ଦଶକ ଭିତରେ ଏଭଳି ଦୂରଦୃଷ୍ଟି ଥିବା ବ୍ୟକ୍ତିତ୍ୱ ଭାରତ ବର୍ଷରେ ଜନ୍ମ ଗ୍ରହଣ କରିଥାନ୍ତେ ତେବେ ଦେଶର ଚିତ୍ର ଅନ୍ୟପ୍ରକାର ହୋଇଥାନ୍ତା । ଏକ ସଶକ୍ତ ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ଦୂରଦୃଷ୍ଟି ରହିଛି ତାହା ସକରାତ୍ମକ ଢଙ୍ଗରେ କିସ୍‌ରେ ପ୍ରତିଫଳନ ହୋଇଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍‌ ଓ କିସ୍‌ର ସମ୍ପାଦକ ଆର.ଏନ. ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ସଚିବ ଦୀପକ ଖଣ୍ଡେକର, ଟ୍ରାଇଫେଡ ଅଧ୍ୟକ୍ଷ ରମେଶ ଚାନ୍ଦ ମୀନା, କେନ୍ଦ୍ର ଆଦିବାସୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.