ବ୍ରେକଫାଷ୍ଟରେ କିଛି ଚାଇନିଜ ଟ୍ରାଏ କରିବାକୁ ଚାଁହୁଛନ୍ତି କି ? ତାହେଲେ ଆଜି ହିଁ ପ୍ରସ୍ତୁତ କରନ୍ତୁ ଚିଜ ଫ୍ରାଏଡ ରାଇସ

ସାଧାରଣତଃ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଆମେ ଭାବିଥାଉ ଏପରି କିଛି ଯାହାକି ଅତିଶୀଘ୍ର ପ୍ରସ୍ତୁତ ହୋଇଯିବ । ଯେବତେବେଳେ ବି ଆମେ ଏପରି ଭାବିଥାଉ ସେତେବେଳେ ଆମ ମୁଣ୍ଡରେ ଚାଉଳ କଥା ଆସିଥାଏ କାରଣ ଚାଉଳ ଏକ ଏପରି ଜିନିଷ ଯାହା ଅତି ସହଜରେ ଓ ଶୀଘ୍ର ପ୍ରସ୍ତୁତ ହୋଇଯାଇଥାଏ । ସେଥିପାଇଁ ଲୋକମନେ ଏଥିରେ ନିଜ ମନ ପସନ୍ଦର ପରିବା ମିଶାଇ ବିରିୟାନୀ ନଚେତ ପଲାଓ ପ୍ରସ୍ତୁତ କରିଥାନ୍ତି । ଯାହାକି ପ୍ରକୃତରେ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଯଦିଓ ବିରିୟାନୀ ବନାଇବା ପାଇଁ କିଛି ସମୟ ଲାଗିଥାଏ କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ରେସିପି ନେଇ ଆସିଛୁ ଯାହାକୁ ଆପଣ ଅତି ସହଜରେ ଓ ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଚିଜ ଫ୍ରାଏଡ ରାଇସ ।

ଆବଶ୍ୟକ ସାମଗ୍ରୀ

୫୦୦ ଗ୍ରାମ ବସୁମତୀ ଚାଉଳ, ୧୦୦ ଗ୍ରାମ ପନିର, ୧୦୦ ଗ୍ରାମ ଗାଜର, ୧୦୦ ଗ୍ରାମ ଗ୍ରୀନ ପିଆଜ, କଞ୍ଚାଲଙ୍କା ପେଷ୍ଟ, ସୋୟା ସସ, ଲଙ୍କାଗୁଣ୍ଡ, ଅଜିନାମଟୋ, ଭିନେଗାର ଅଳ୍ପ, ତେଲ ଓ ଲୁଣ ସ୍ୱଦନୁସାରେ ।

Fried rice

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚାଉଳକୁ ଏକ ଘଣ୍ଟା ଭିଜାଇ ରଖିଦିଅନ୍ତୁ । ତାପରେ ଏକ ପାତ୍ରରେ ୨ ଲିଟର ପାଣି ଗରମ କରି ସେଥିରେ ଚାଉଳ ପକାଇ ୮୦ ପ୍ରତିଶତ ସିଝାଇ ଦିଅନ୍ତୁ । (ଚାଉଳ ଅଧିକ ନାସିଝିବା ଆବଶ୍ୟକ) ତାପରେ ତାକୁ ପାଣିରୁ ଛାଣି ରଖିଦିଅନ୍ତୁ । ବର୍ତ୍ତମାନ ଗାଜର, ପାଣିର ଓ ପିଆଜକୁ ଛୋଟ ଛୋଟ କରି କାଟିଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ପିଆଜ ପକାଇ ଭାଜନ୍ତୁ । ଏହା ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ପୂର୍ବ ପ୍ରସ୍ତୁତ ଭାତ, ପନିର, ଲୁଣ, ଅଜିନାମଟୋ, ଭିନେଗାର, ସୋୟା ସସ ଏବଂ କଞ୍ଚାଲଙ୍କା ପେଷ୍ଟ ପକାଇ ଭଲଭାବେ ଭାଜନ୍ତୁ । କିଛ ସମୟ ଭାଜି ହୋଇଗଲା ପରେ ଆପଣ ଏହାକୁ ଗରମାଗରମ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.