Below header

୬୪ ଲକ୍ଷ ଲୋକଙ୍କୁ EPFO ତରଫରୁ ଉପହାର, ଏବେ ଘରେ ବସି ଜମା କରନ୍ତୁ ଏହି ସାର୍ଟିଫିକେଟ

ଯଦି ଆପଣ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା EPFOର ପେନସନ ଭୋଗୀ ତାହେଲେ ଆପଣଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିଦିଆଯାଇଛି । ଏହି ସୁବିଧା ଦ୍ୱାରା ଆପଣ ଘରେ ବସି ଲାଇଫ ସାର୍ଟିଫିକେଟ ସବମିଟ କରିପାରିବେ । ସୂଚନା ଅନୁଯାୟୀ ପେନସନଭୋଗିଙ୍କୁ ପ୍ରତିବର୍ଷ ଲାଇଫ ସାର୍ଟିଫିକେଟ ଦ୍ୱାରା ଜୀବିତ ଥିବାର ପ୍ରମାଣ ଦେବାକୁ ପଡିଥାଏ । ଏହି କାରଣରୁ ପେନସନଭୋଗୀ ମାନେ EPFOରେ ଲାଇଫ ସାର୍ଟିଫିକେଟ ସବମିଟ କରିଥାନ୍ତି ।

64 लाख लोगों को EPFO का तोहफा, अब घर बैठे जमा करें ये सर्टिफिकेट

ପୂର୍ବରୁ ଏହି ସୁବିଧା କେବଳ ଅନଲାଇନ ଥିଲା କିନ୍ତୁ ନିକଟରେ EPFO ଅନଲାଇନରେ ମଧ୍ୟ ଲାଇଫ ସାର୍ଟିଫିକେଟ ସବମିଟ କରିବାର ଅପ୍ସନ ଦେଇଛନ୍ତି । ତେବେ EPFO ତରଫରୁ ଦିଆଯାଇଥିବା ସୂଚନା ମୁତାବକ ପେନସନଭୋଗୀ ବର୍ତ୍ତମାନ ନିଜର ସୁବିଧା ହିସାବରେ ବର୍ଷର ଯେକୌଣସି ସମୟରେ ଅନଲାଇନରେ ନିଜର ଜୀବନ ପ୍ରମାଣପତ୍ର ଜମା କରିପାରିବେ ।

64 लाख लोगों को EPFO का तोहफा, अब घर बैठे जमा करें ये सर्टिफिकेट

ସବମିସନ ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ ଏହି ଲାଇଫ ସାର୍ଟିଫିକେଟ ବିଲଡ଼ ହୋଇଥାଏ । ତେବେ ପ୍ରତିବର୍ଷ ଏହି ଲାଇଫ ସାର୍ଟିଫିକେଟ ସବମିଟ କରିବା ଅନିବାର୍ଯ୍ୟ ହୋଇଥାଏ । ସୂଚନା ଅନୁଯାୟୀ ସାରା ଦେଶରେ ପ୍ରାୟ ୬୪ ଲକ୍ଷ ଲୋକଙ୍କୁ ପ୍ରତିବର୍ଷ ଲାଇଫ ସାର୍ଟିଫିକେଟ ସବମିଟ କରିବାକୁ ପଡିଥାଏ । ଏହାର ଅର୍ଥ ବର୍ତ୍ତମାନ ଏହି ସୁବିଧାର ଫାଇଦା ଉକ୍ତ ଲୋକମାନେ ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.