Below header

ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ସାହା ହେଲା କିସ୍ ଫାଉଣ୍ଡେସନ୍, କିସ୍‌ରେ ନିଯୁକ୍ତି ପାଇଁ ଡ. ଅଚ୍ୟୁତ ସାମନ୍ତ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର : ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ସାହା ହେଲା କିସ୍ ଫାଉଣ୍ଡେସନ୍ । ସେମାନେ ହେଲେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳର ଜ୍ୟୋସ୍ନା ମାଝୀ ଓ ସୋନପୁରର ଲକ୍ଷ୍ମୀ ପାତ୍ର । ସେମାନେ ହେଉଛନ୍ତି ଦୁଇ ବାନ୍ଧବୀ । ଏହି ଦୁଇ ଦିବ୍ୟାଙ୍ଗ ଯୁବତୀ ପରିବାର ଉପରେ ବୋଝ ନ ହୋଇ ନିଜକୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଘର ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ । ଏଠାରେ ଧନ୍ଦାମୂଳକ ତାଲିମ ନେବା ପରେ ଜ୍ୟୋସ୍ନା ଡିଟିପି ଏବଂ ଲକ୍ଷ୍ମୀ ଟେଲରିଂ କରି ରୋଜଗାର କରିବା ଆରମ୍ଭ କରିଥିଲେ । ତେବେ କରୋନା ସବୁ କିଛି ଓଲଟ ପାଲଟ କରିଦେଲା । ଦୁଇ ବାନ୍ଧବୀଙ୍କ ରୋଜଗାର ଚାଲିଗଲା ଏବଂ ଘରଭଡ଼ା ଦେଇ ନ ପାରିବାରୁ ଘର ମାଲିକ ଘରୁ ବାହର କରିଦେଲେ । ଶେଷରେ ସେମାନେ ଅନ୍ୟ ଉପାୟ ନପାଇ ଭାଗ୍ୟକୁ ଆଦରି ଦୀର୍ଘ ୪ମାସ ହେଲା ଏକ ସ୍କୁଲ୍ ଘରେ ପଡ଼ି ରହିଥିଲେ । କିସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ସେମାନଙ୍କୁ ସହାୟତା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଜ୍ୟୋସ୍ନା ଓ ଲକ୍ଷ୍ମୀ ଆଜି କିସ୍‌ରେ ଶ୍ରୀ ସାମନ୍ତଙ୍କୁ ସାକ୍ଷାତ କରିଥିଲେ । ଡ. ସାମନ୍ତ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ କଥା ହୋଇଥିଲେ । ପରେ ସେମାନଙ୍କୁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିସ୍‌ରେ ସେମାନଙ୍କ ରହିବା ବ୍ୟବସ୍ଥା ସହ ନିଯୁକ୍ତି ମଧ୍ୟ ଦିଆଯିବ । ବର୍ତ୍ତମାନ ସେମାନଙ୍କ ଚଳିବା ପାଇଁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ଡ. ସାମନ୍ତ ଉଭୟଙ୍କୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କିସ୍ ଫାଉଣ୍ଡେସନର ଏହି ମହନୀୟତା ପାଇଁ ଜ୍ୟୋସ୍ନା ଓ ଲକ୍ଷ୍ମୀ କିସ୍ ଫାଉଣ୍ଡେସନ୍ ଓ ଡ. ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ଆମକୁ କିସ୍ ଫାଉଣ୍ଡେସନ୍ ଓ ଡ. ସାମନ୍ତ ଜୀବନ ଜୀବିକା ଯୋଗୁଁ ଦେଇଥିବାରୁ ଆମେ ଚିର ଋଣୀ ରହିବୁ ବୋଲି ସେମାନେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.