ଆଡଲ୍ଟ ଫିଲ୍ମ କଲେକ୍ସନ ନଷ୍ଟ କରିବା ଜଣେ ବାପାଙ୍କୁ ପଡ଼ିଲା ଭାରି, ପୁଅ ମାଗିଲା ୬୦ ଲକ୍ଷ ଟଙ୍କା ଜରିମାନା

ଆମେରିକାରେ ଏକ ବଡ଼ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ମିଶିଗନରେ ଜଣେ ପୁଅ ତା’ ବାପାଙ୍କଠାରୁ ୬୦ ଲକ୍ଷ ଟଙ୍କା ଜରିମାନା ମାଗିଛି। ଘଟଣାରୁ ଜଣାପଡ଼ିଛି, ଚାର୍ଲି ନାମକ ଯୁବକ ଅଧିକ ସଂଖ୍ୟାରେ ଆଡଲ୍ଟ ଫିଲ୍ମର କଲେକ୍ସନ୍ସ ନିଜ ପାଖରେ ଏକାଠି କରି ରଖିଥିଲେ। କିନ୍ତୁ ତାଙ୍କ ବାପା ଏହି କଲେକ୍ସନଗୁଡ଼ିକୁ ନଷ୍ଟ କରିଦେଇଥିଲେ। ଏହାପରେ ଚାର୍ଲି ବାପାଙ୍କ ନାଁରେ ଅଭିଯୋଗ ଆଣି ୮୬ ହଜାର ଡଲାର ଅର୍ଥାତ ୬୦ ଲକ୍ଷ ଟଙ୍କା ଜରିମାନା ମାଗିଛନ୍ତି।

fd

ଚାର୍ଲି ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପରେ ବାପା, ମାଆଙ୍କ ଘରକୁ ରହିବା ପାଇଁ ଆସିଥିଲେ। ଏଠି ସେ ୧୦ ମାସ ରହିଥିଲେ। ଏହାରି ଭିତରେ ଯେତେବେଳେ ଘର କାମ ଆରମ୍ଭ ହୋଇଥିଲା, ସେହି ସମୟରେ କିଛିଦିନ ପାଇଁ ତାଙ୍କୁ ଯିବାକୁ ପଡ଼ିଥିଲା। ଚାର୍ଲି ଇଣ୍ଡିଆନା ଚାଲିଆସିଥିଲେ। କିଛିଦିନ ପରେ ଚାର୍ଲିଙ୍କ ମାଆ, ବାପା ଇଣ୍ଡିଆନା ଯାଇ ପୁଅର କେତେକ ଜିନିଷ ଫେରେଇ ଆଣିଥିଲେ ଏବଂ ନିଜେ ମଧ୍ୟ ଫେରିଆସିଥିଲେ।

ତେବେ ସେମାନେ ଚାର୍ଲିଙ୍କୁ ତାଙ୍କର ୧୨ଟି ବାକ୍ସ ଦେଇ ନ ଥିଲେ, ଯେଉଁଥିରେ ସେ ଆଡଲ୍ଟ ଫିଲ୍ମର କଲେକ୍ସନ୍ସ ରଖିଥିଲେ। ଯେତେବେଳେ ଚାର୍ଲି ଫିଲ୍ମଗୁଡ଼ିକର କଲେକ୍ସନ୍ସ ବିଷୟରେ ପଚାରିଥିଲେ, ସେତେବେଳେ ତାଙ୍କ ବାପା କହିଥିଲେ କି, ସେ ତାଙ୍କର ସବୁ କଲେକ୍ସନକୁ ନଷ୍ଟ କରିଦେଇଛନ୍ତି। ଏହାପରେ ଚାର୍ଲି ସଙ୍ଗେ ସଙ୍ଗେ ପୋଲିସରେ ଏତଲା ଦେଇଥିଲେ ଏବଂ କହିଥିଲେ, ତାଙ୍କ କଲେକ୍ସନ୍ସର ଦାମ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ। ପୁଣି ସେ ବାପାଙ୍କଠାରୁ ୬୦ ଲକ୍ଷ ଟଙ୍କା ଜରିମାନା ମାଗିଥିଲେ।

hh

ତେବେ ତାଙ୍କ ବାପାଙ୍କ କହିବା ହେଲା, ଚାର୍ଲି କେବଳ ଆଡଲ୍ଟ ଫିଲ୍ମ ରଖି ନ ଥିଲେ, ଏପରିକି ସେ ସେକ୍ସ ଖେଳଣା ମଧ୍ୟ ନିଜ ପାଖରେ ରଖିଥିଲେ। ପର୍ଣ୍ଣ ମୁଭି ଦେଖୁଥିବାରୁ ଚାର୍ଲିଙ୍କୁ ତାଙ୍କ ସ୍କୁଲ ଏବଂ କଲେଜରୁ ବାହାର କରିଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.