Below header

ଖାକି ଦେଖାଇଲା ମାନବିକତା, ଦୁର୍ଘଟଣାଗ୍ରସ୍ତ ଆହତ ରୋଗୀଙ୍କୁ ପିସିଆରରେ ଡାକ୍ତରଖାନା ନେଲେ ପୋଲିସ

ଯାଜପୁର ଟାଉନ: ଖାକି ଦେଖାଇଲା ମାନବିକତା । ଦୁର୍ଘଟଣାଗ୍ରସ୍ତ ଆହତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତି କଲା ବିଞ୍ଝାରପୁର ପୋଲିସ । ସୂଚନା ଅନୁଯାୟୀ ବିଝାଂରପୁର ଥାନା ଅନ୍ତର୍ଗତ ମାଁସଡାରୁ କପିଳା ସଂଯୋଗ କରୁଥିବା ରାସ୍ତାରେ ବାଇକ ଆରୋହିଙ୍କ ଦୁର୍ଘଟଣା ଘଟିଥିଲା । ବାଇକ ଯୋଗେ ଯାଉଥିବା ସମୟରେ ହଟାଥ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହି ଗୃରୁତର ହୋଇଥିଲେ । ଖବର ପାଇଁ ବିଝାଂରପୁର ଥାନାଧିକାରୀ ନିରଞନ ଶବର ଘଟଣାସ୍ଥଳରେ ପହଚିଂ ଆହତ ବ୍ୟକ୍ତିଙ୍କୁ ଉଦ୍ଧାରକରି ବିଝାଂରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପି.ସି.ଆର ଯୋଗେ ପଠାଇଲେ । ତେବେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ଏଯାଏ ତାଙ୍କର ପରିଚୟ ମିଳିପାରି ନାହିଁ । ବିଝାଂରପୁର ଆଇଆଇସିଙ୍କ ଏଭଳି କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.