Below header

ବେଙ୍ଗାଲୁରୁରେ ଆଖିବୁଜିଲେ ଓଡ଼ିଆ ଯୁବକ: କେନ୍ୟୁଜ ଓ ଆହ୍ୱାନ ଫାଉଣ୍ଡେସନ ସହାୟତାରେ ଓଡ଼ିଶା ଆସିଲା ମରଶରୀର

ବେଙ୍ଗାଲୁରୁ  ହ୍ୱାଇଟି ଫିଲଡରେ ଏକ କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି । ଗତ ରବିବାର ରୁମରେ ଖାଇକି ଶୋଇଥିବା  ବେଳେ ବହୁତ ସମୟ ପର୍ଯ୍ୟନ୍ତ ଆଉ ଉଠିନଥିଲେ । ତେବେ ରୁମମେଣ୍ଟ ମାନେ ତାକୁ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇ ଆସିଥିଲେ ।

ବେଙ୍ଗାଲୁରୁ(କେନ୍ୟୁଜ): ଶେଷରେ ଆହ୍ୱାନ ଫାଉଣ୍ଡେସନ ଓ କେନ୍ୟୁଜ୍ ସହାୟତାରେ ଓଡ଼ିଆ ଯୁବଙ୍କ ପ୍ରଦୀପଙ୍କ ମର ଶରୀର ନିଜ ଗାଁକୁ  ଯାଇପାରିଲା। ବାଲେଶ୍ଵର ଜିଲ୍ଲା ବେଲଗାଁର ୪୨ ବର୍ଷୀୟ ପ୍ରଦୀପ ଜେନା । ବେଙ୍ଗାଲୁରୁ  ହ୍ୱାଇଟି ଫିଲଡରେ ଏକ କମ୍ପାନୀରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି । ଗତ ରବିବାର ରୁମରେ ଖାଇକି ଶୋଇଥିବା  ବେଳେ ବହୁତ ସମୟ ପର୍ଯ୍ୟନ୍ତ ଆଉ ଉଠିନଥିଲେ । ତେବେ ରୁମମେଣ୍ଟ ମାନେ ତାକୁ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇ ଆସିଥିଲେ । ମେଡିକାଲରେ ଡାକ୍ତର ପ୍ରଦୀପର ବ୍ରେନରେ ରକ୍ତ ଜମାଟ ହୋଇ ଷ୍ଟୋକ ହେଇଯାଇଛି ବୋଲି କହିବାରୁ ଅପରେସନ ହେବ ନହେଲେ ଆଇସିୟୁରେ ରହିବ ବୋଲି କହିଥିଲେ । ଯାହା ଏମାନଙ୍କ ପାଇଁ ସମ୍ଭବ ନଥିଲା ।

ପ୍ରଦୀପ ପରିବାର ଗରିବ ଥିବାରୁ ଚିକିତ୍ସା କରିବା ସମ୍ଭବ ନଥିଲା । ତେବେ ଏନେଇ ସାହାଯ୍ୟ ପାଇଁ ଆହ୍ୱାନ ଫାଉଣ୍ଡେସନକୁ ଜଣାଇବାରୁ ଆହ୍ୱାନ ଫାଉଣ୍ଡେସନ ସହଯୋଗର ହାତ  ବଢାଇଥିଲା। ପରେ  ଅଧିକ ସାହାଯ୍ୟ ପାଇଁ ଆହ୍ୱାନ ଫାଉଣ୍ଡେସନର ମୁଖ୍ୟ ବ୍ରଜକିଶୋର କେନ୍ୟୁଜ ପ୍ରତିନିଧି ଗୋବିନ୍ଦ ବାରିକଙ୍କୁ ଜଣାଇଥିଲେ । ଆମ ପ୍ରତିନିଧି ଯାଇ ମେଡିକାଲରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ପ୍ରଦୀପଙ୍କର ଆଇସିୟୁରେ ଚିକିତ୍ସା ଚାଲିଲା । ଆଇସିୟୁରେ ଦୁଇ ଦିନ ପରେ ପ୍ରଦୀପ ଆରପାରିକୁ ଚାଲିଗଲେ ।

ପ୍ରଦୀପର ମର ଶରୀର ଓଡ଼ିଶା ନେବା ପାଇଁ ପରିବାର କହିବାରୁ ।  ବକେୟା ରାଶି ପୈଠ କରିବାକୁ କହିଥିଲେ ମେଡିକାଲ କର୍ତ୍ତୃପକ୍ଷ।  ଯାହା ପରିବାର ପକ୍ଷେ ସମ୍ଭବ ନଥିଲା ।  ଆମ ପ୍ରତିନିଧି ହସ୍ତକ୍ଷେପ ପରେ ସମସ୍ତ ରାଶି ମେଡିକାଲ କର୍ତ୍ତୃପକ୍ଷ ଛାଡ଼ କରାଇଥିଲେ । ତେବେ ଆହ୍ୱାନ ଫାଉଣ୍ଡେସନ ଆର୍ଥିକ ସହଯୋଗରେ ପ୍ରଦୀପର ମର ଶରୀର ନିଜ ବାଲେଶ୍ଵର ବେଲ ଗାଁ ଯାଇପାରିଲା । ଏନେଇ ପରିବାର ପକ୍ଷରୁ କେନ୍ୟୁଜ୍  ଓ ଆହ୍ୱାନ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.