Below header

କୋରାପୁଟ: ଗ୍ୟାସ୍ ଲିକ୍ ହୋଇ ଲାଗିଲା ନିଆଁ, ଜଣେ ଗୁରୁତର

କୋରାପୁଟ (କେନ୍ୟୁଜ): ରନ୍ଧନ ଗ୍ୟାସ୍‌ ଲିକ୍‌ । ନିଆଁ ଲାଗି ଜଣେ ଗୁରୁତର । କୋରାପୁଟ ଜିଲ୍ଲା ପଟାଙ୍ଗି ଅଞ୍ଚଳରେ ଅଘଟଣ । ପଟାଙ୍ଗି ବ୍ଲକର ପୁକାଲି ପଞ୍ଚାୟତ ଅନ୍ତର୍ଗତ ମାଳିଗୁଡ଼ା ଗାଁ, ହରିଜନ ସାହିରେ ରନ୍ଧନ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିବା ଫଳରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି। ଗାଁର ରୁକ୍‌ଧର ଖରା ଓ ତାଙ୍କ ସ୍ତ୍ରୀ କୁନ୍ଦେଇ ଖରା ଘରେ ରନ୍ଧନ ଗ୍ୟାସ୍‌ ଲିକ୍‌ ଯୋଗୁ ବାହାରେ ଥିଲେ। କିଛି କାମ ଯୋଗୁ ରୁକ୍‌ଧର ଖରା ଘର ଭିତରକୁ ଯାଇଥିଲେ।

ସେ ସମୟରେ ଘରେ ନିଆଁ ଲାଗି ଯାଇଥିଲା । ସ୍ତ୍ରୀ, ରୁକ୍‌ଧରଙ୍କୁ ଟାଣି ଆଣିଥିଲେ। ସେତେବେଳକୁ ରୁକ୍‌ଧରଙ୍କ ଶରୀରର କିଛି ଅଂଶ ପୋଡିଯାଇଥିଲା । ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ। ପଟାଙ୍ଗି ଥାନା ଓ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରଙ୍କୁ ପଟାଙ୍ଗି ମେଡିକାଲରେ ଭର୍ତ୍ତି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.