ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ, ତାପୂର୍ବରୁ ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ବର(କେନ୍ଯୁଜ୍): ସେପ୍ଚେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସୁରୁଖୁରୁରେ ଗୃହକାର୍ଯ୍ୟ ଚଳାଇବା ପାଇଁ ସରକାର ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । କୋଭିଡ୍ କଟକଣାରେ ସେପ୍ଟେମ୍ବର ୯ ତାରିଖ ଯାଏ ଅଧିବେଶନ ଚାଲିବ । ଚଳିତ ଅଧିବେଶନରେ ରହିବ ୮ଟି କାର୍ଯ୍ୟ ଦିବସ ।
ଏଥିରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ସ୍ଥିର ହୋଇଥିବା ବେଳେ ଗୋଟିଏ ଦିନ ସେପ୍ଟେମ୍ବର ୩ ତାରିଖ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ପାଇଁ ଧାର୍ଯ୍ୟ ହୋଇଛି । ମୌସୁମୀ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଗତ ହୋଇପାରେ । ଚଳିତ ଅଧିବେଶନରେ କମ୍ପିପାରେ ବିଧାନସଭା । ସରକାରଙ୍କୁ ଘେରିବା ପାଇଁ ସରକାରଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି ।