Below header

ବାଇକ୍‌ରେ ଆସିଲେ, ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରିଲେ

ଆଠଗଡ(କେନ୍ଯୁଜ୍): ବାଇକ୍‌ରେ ଆସିଲେ, ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରିଲେ। ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁ ଛକ ନିକଟ ଏଚ୍‌ପି ପେଟ୍ରୋଲ ପମ୍ପ୍‌ରୁ ଡକାୟତି । ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ୩ ଜଣ ଯୁବକ ଏକ ବାଇକ୍‌ରେ ଆସି ପେଟ୍ରୋଲ ଦେଉଥିବା କର୍ମଚାରୀଙ୍କୁ ଗାଡ଼ିରେ ତେଲ ପକାଇବା ପାଇଁ କହିଲେ।

ତେଲ ପକାଇବା ପରେ କର୍ମଚାରୀଙ୍କୁ ଟଙ୍କା ଦେଇଥିଲେ। କର୍ମଚାରୀ ଜଣଙ୍କ ତେଲ ପକାଇ ଟଙ୍କା ରଖୁଥିବା ସମୟରେ, ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ଗାଡ଼ିରୁ ଓହ୍ଲାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଥିବା ବ୍ୟାଗ୍‌ଟିକୁ ନେଇ ଚମ୍ପଟ୍‌ ମାରିଲେ। ଖବର ପାଇ ତିଗିରିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.