Below header

କୋରାପୁଟ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ସସ୍‌ପେଣ୍ଡ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ନିଲମ୍ବନ କଲେ ଜିଲ୍ଲାପାଳ

କୋରାପୁଟ: କୋରାପୁଟ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ସସ୍‌ପେଣ୍ଡ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ନିଲମ୍ବନ କଲେ କୋରାପୁଟ ଜିଲ୍ଲାପାଳ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ । ଉପଜିଲ୍ଲାପାଳଙ୍କୁ ନଜଣାଇ କୁଆଡ଼େ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ନନ୍ଦପୁର ବିଡ଼ିଓଙ୍କୁ ଆଇସିଡିଏସର ଡ୍ରଇଂ ଅଥରିଟି ଭାବେ ଜିଲ୍ଲାପାଳ ଦାୟିତ୍ୱ ଦେଇଥିବା ବେଳେ ସୁପରଭାଇଜର ମୋନାଲିସା ଖେମୁଣ୍ଡୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନନ୍ଦପୁର ସିଡିପିଓ ଭାବେ ଦାୟିତ୍ୱ ତୁଲାଇବେ । ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ନେବା ବେଳେ ସ୍ନିଗ୍ଧାରାଣୀଙ୍କୁ ଧରିଥିଲା ଭିଜିଲାନ୍ସ । ନ୍ୟାୟିକ ହାଜତରେ ୪୮ ଘଣ୍ଟାରୁ ଅଧିକ ସମୟ ରହିଥିବାରୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ନିଲମ୍ବନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.