୨୬/୧୧ ଆତଙ୍କବାଦୀ ଆକ୍ରମଣ ଉପରେ ଫିଲ୍ମ କରିଥାନ୍ତେ ସୁଶାନ୍ତ ସିଂହ, ମୃତ୍ୟୁ ହେବା ଦିନକ ପୂର୍ବରୁ ଫିଲ୍ମ ନିର୍ମାତାଙ୍କ ସହ ହୋଇଥିଲେ କଥା

ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୫ମାସରୁ ଅଧିକ ହୋଇ ସାରିଲାଣି। କିନ୍ତୁ ଏପର୍ଯ୍ଯନ୍ତ ସିବିଆଇ ତରଫରୁ ମାମଲାରେ କୌଣସି ସଠିକ୍ ରିପୋର୍ଟ ଦାଖଲ କରାଯାଇନାହିଁ। ଅଭିନେତାଙ୍କ ମୃତ୍ୟୁକୁ ନେଇ ଏବେ ବି ବିଭିନ୍ନ ପ୍ରକାରର କେବଳ ଅନୁମାନ ଲଗାଯାଇଛି। ଏବେ ବି ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ନ୍ୟାୟ ପାଇଁ ଗୁହାରି କରୁଛନ୍ତି । କିନ୍ତୁ ଏବେ ସୁଶାନ୍ତଙ୍କ ମାମଲାରେ ଆଉ ଏକ ଚର୍ଚ୍ଚା ସାମ୍ନାକୁ ଆସୁଛି।

ସୂଚନା ମୁତାବକ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଦିନକ ପୂର୍ବରୁ ଅର୍ଥାତ୍ ଜୁନ୍ ୧୩ତାରିଖରେ ଏକ ଫିଲ୍ମ ବିଷୟରେ ବହୁତ ସମୟ କଥାବାର୍ତ୍ତା କରିଥିଲେ। ନିର୍ଦେଶକ ନିଖିଲ ଆଡଭାନୀଙ୍କ ଫିଲ୍ମରେ ସୁଶାନ୍ତ କାମ କରିବାକୁ ପ୍ରସ୍ତୁତି କରୁଥିଲେ। ୨୬/୧୧ ଆତଙ୍କବାଦୀ ଆକ୍ରମଣ ଉପରେ ହେବାକୁ ଯାଉଥିବା ଏହି ଫିଲ୍ମକୁ ଅଭିଯୁକ୍ତ ଅଜମଲ କସାବକୁ ନେଇ ନିର୍ମାଣ କରିବାର ଯୋଜନା ଥିଲା। ଏହା ଉପରେ ଜୁନ୍ ୧୩ତାରିଖରେ ଟ୍ୟାଲେଣ୍ଟ ଏଜେନ୍ସିରୁ ଉଦୟ ସିଂହ ଗୌରୀ ସୁଶାନ୍ତଙ୍କ ସହ କଥା ହୋଇଥିଲେ। ସୁଶାନ୍ତଙ୍କୁ ଫିଲ୍ମ ବିଷୟରେ ବିସ୍ତାରରେ କହିଥିଲେ।

sushnta

ଯାଞ୍ଚ ଏଜେନ୍ସି ସହ ପଚରାଉଚୁରାରେ ଉଦୟ ଗୌରୀ କହିଥିଲେ ଯେ, ସେ ଜୁନ୍ ୧୩ତାରିଖରେ ସୁଶାନ୍ତଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ ନିର୍ଦେଶକ ନିଖିଲ ଆଡଭାନି ଏବଂ ନିର୍ମାତା ରମେଶ ତଉରାନିଙ୍କୁ ମଧ୍ୟ କନଫରେନ୍ସରେ ରଖାଯାଇଥିଲା। ୭ମିନିଟ୍ ଧରି ଚାଲିଥିବା କଥାବାର୍ତ୍ତାରେ ଫିଲ୍ମର ଅନେକ ଦିଗ ଉପରେ ବିଚାର ବିମର୍ଶ କରାଯାଇଥିଲା। ଜୁନ୍ ୧୫ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ ସୁଶାନ୍ତଙ୍କ ସହ ଫିଲ୍ମକୁ ନେଇ କଥା ହେବାର ଯୋଜନା ଥିଲା। କିନ୍ତୁ ସୁଶାନ୍ତ ଠିକ୍ ତା’ ଦିନକ ପୂର୍ବରୁ ଆତ୍ମହତ୍ୟା କରି ଦେଇଥିବାରୁ ଏହା ହୋଇପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.