Below header

ଖଣ୍ଡଗିରି ପୋଲିସ୍ ଦ୍ବାରା ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ: ଏତେ ଟଙ୍କା କେଉଁଠୁ ଆଣିଲେ ଓ କେଉଁଠାକୁ ଯାଇଥାନ୍ତେ? ଚାଲିଛି ପଚରାଉଚରା

ଭୁବନେଶ୍ବର: ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ । ତପବନ ପେଟ୍ରୋଲ ପମ୍ପ ନିକଟରୁ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକ ଜଣଙ୍କ ବସ୍‌ରେ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ପୋଲିସ ଧରିଥିଲା ।

ସେ ଏତେ ଟଙ୍କା କେଉଁଠୁ ଆଣିଲେ ଓ କେଉଁଠାକୁ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ, ସେନେଇ ପଚରାଉଚରା କରୁଛି ପୋଲିସ । ଯୁବକଙ୍କ ଘର ଯାଜପୁରରେ । ପାରଳାଖେମୁଣ୍ଡିରୁ ଆସୁଥିଲେ । କଲେକ୍ସନ ଟଙ୍କା ବୋଲି ପୋଲିସକୁ କହିଛନ୍ତି ଯୁବକ ଜଣଙ୍କ । ସେ ଏକ ଜିମ୍‌ରେ କାମ କରୁଥିବା ପୋଲିସକୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.