ତାମିଲନାଡୁ: ୧୬ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା ହାତୀ, ସାରା ରାତି ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଥିଲା ଉଦ୍ଧାର କାର୍ଯ୍ଯ
ତାମିଲନାଡୁ : ଅପରେସନ୍ ଗଜରାଜ। ୧୬ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ । ରାତି ସାରା ଅଗ୍ନିଶମ ବିଭାଗ ପକ୍ଷରୁ ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଥିଲା।
ଶେଷରେ ସୁରକ୍ଷିତ ଭାବେ ତାକୁ କୂଅରୁ ବାହାର କରାଯାଇଛି। ତାମିଲନାଡୁ ଧର୍ମପୁରୀ ଜିଲ୍ଲା ପଞ୍ଚପାଲି ଗାଁରେ ଥିବା ଏକ କୂଅ ଭିତରେ ଗତକାଲି ହାତୀଟି ଖସି ପଡିଥିଲା।