Below header

କୋରେଇ ଦେଖିବ କି ଷ୍ଟାର ୱାର ? ଟିକେଟ ପାଇଁ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

୨୪ ନିର୍ବାଚନରେ କୋରେଇ ଦେଖିବ କି ଷ୍ଟାର ୱାର ? ନେତ୍ରୀ ହେବାକୁ ମନ ବଳାଇଲେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। କୋରେଇ ବିଧାନସଭା ଆସନରୁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପତ୍ନୀ ଝିଲିକଙ୍କୁ କୋରେଇରୁ ପ୍ରାର୍ଥୀ କରିବାକୁ ସମର୍ଥକଙ୍କ ଦାବି।

୨୪ ନିର୍ବାଚନରେ କୋରେଇ ଦେଖିବ କି ଷ୍ଟାର ୱାର ? ନେତ୍ରୀ ହେବାକୁ ମନ ବଳାଇଲେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। କୋରେଇ ବିଧାନସଭା ଆସନରୁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପତ୍ନୀ ଝିଲିକଙ୍କୁ କୋରେଇରୁ ପ୍ରାର୍ଥୀ କରିବାକୁ ସମର୍ଥକଙ୍କ ଦାବି। ଶତାଧିକ ସମର୍ଥକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଯାଜପୁର ରୋଡ଼ ସ୍ଥିତ ବାସଭବନରେ ପହଞ୍ଚି ଝିଲିକଙ୍କୁ ପ୍ରାର୍ଥୀ କରିବାକୁ ଦାବି ଜଣାଇଛନ୍ତି।

କୋରେଇବାସୀଙ୍କ ସହଯୋଗ, ସମର୍ଥନ ଓ ଦାବିକୁ ପାଥେୟ କରି ଝିଲିକ ମଧ୍ୟ ତାଙ୍କୁ ଦଳୀୟ ଟିକେଟରେ ଲଢ଼ିବା ଲାଗି ତାଙ୍କୁ ସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନ ଦୀର୍ଘଦିନ ହେଲା ବିଜେଡି ଅକ୍ତିଆରରେ ରହିଛି ।

ଏବେ ଏଠାରୁ ବିଜେଡିର ଅଶୋକ ବଳ ବିଧାୟକ ଅଛନ୍ତି । ପୂର୍ବରୁ ପ୍ରୀତି ରଂଜନ ଘଡ଼ାଇ ମଧ୍ୟ କୋରେଇ ଆସନରୁ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ । ସେପଟେ କୋରେଇ ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଅଭିନେତା ଆକାଶ ଦାସନାୟକ । ସେ କୋରେଇରୁ ବିଜେଡି ଟିକେଟରେ ୨୦୧୪ରୁ ୨୦୧୯ ଯାଏ ବିଧାୟକ ହୋଇଥିଲେ । ଏବେ ସେ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଭାରତୀୟ ଜନତା ପାର୍ଟି ତାଙ୍କୁ କୋରେଇ ଆସନରୁ ପ୍ରାର୍ଥୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.