୧୭ ଲକ୍ଷ ଟଙ୍କାର ଗଂଜେଇ ଜବତ, ୫ ଗିରଫ

ଥମୁନି ଗଂଜେଇ ଚୋରା କାରବାର । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରକୁ ଲକ୍ଷାଧିକ ଟଙ୍କାର ଗଂଜେଇ ଚାଲାଣ ହେଉଛି । ପ୍ରାୟ ଦିନେ ଦୁଇଦିନ ଅନ୍ତରରେ କୌଣସି କା କୌଣସି ସ୍ଥାନରୁ ବହୁ ପରିମାଣର ଗଂଜେଇ ଜବତ ହେଉଥିବା ଦେଖିବାକୁ ମିଳିଛି ।

ଅନୁଗୁଳ : ଥମୁନି ଗଂଜେଇ ଚୋରା କାରବାର । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରକୁ ଲକ୍ଷାଧିକ ଟଙ୍କାର ଗଂଜେଇ ଚାଲାଣ ହେଉଛି । ପ୍ରାୟ ଦିନେ ଦୁଇଦିନ ଅନ୍ତରରେ କୌଣସି କା କୌଣସି ସ୍ଥାନରୁ ବହୁ ପରିମାଣର ଗଂଜେଇ ଜବତ ହେଉଥିବା ଦେଖିବାକୁ ମିଳିଛି । ଆଜି ଗଂଜେଇ ଜବତ ହୋଇଛି  ଅନୁଗୁଳ ଜିଲ୍ଲା ବଡକେରା ଛକ ନିକଟରୁ ।

ଅନୁଗୁଳ ଜିଲ୍ଲା ଅବକାରୀ ଟିମ୍ କୁ ବଡ ସଫଳତା। ଅନୁଗୁଳ ବଡକେରା ଛକ ନିକଟରୁ ଏକ କାରରୁ ୫୦ କେଜି ଗଂଜେଇ ଏବଂ ହୁଲୁରିସିଂହା ଛକ ନିକଟରୁ ୪୦ କେଜି ଗଂଜେଇ ଜବତ କରିଛି ଅବକାରୀ ଟିମ୍ । ଗଞ୍ଜେଇ ବୌଦ୍ଧରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା । ମାମଲାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.