ଉଜ୍ଜୈନ ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କଲେ ଆଶୁତୋଷ ରାଣା, ଶିବଭକ୍ତିରେ ହେଲେ ଲୀନ

ଅଭିନେତା ଆଶୁତୋଷ ରାଣା ଆଜି ସକାଳେ ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ଅଭିନେତା ଭୋଳାନାଥଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଭସ୍ମ ଆଳତିରେ ଭାଗ ନେଇଥିଲେ ।

ଅଭିନେତା ଆଶୁତୋଷ ରାଣା ଆଜି ସକାଳେ ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ଫିଲ୍ମ ‘ଓ୍ଵାର୍‌ ୨’ ରିଲିଜ୍ ପୂର୍ବରୁ ଆଶୁତୋଷ ଶିବଭକ୍ତିରେ ଲୀନ ହୋଇଥିବା ଦେଖିବାକୁ ମିଳିଛି । ସେ ମହାକାଳେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରୁ ତାଙ୍କର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।

ସେପଟେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଥିବାବେଳେ ଅଭିନେତା ଉଜ୍ଜୈନରେ ପହଞ୍ଚି ଭୋଳାନାଥଙ୍କୁ ଦର୍ଶନ କରିଛନ୍ତି । ଏହାସହ ସେ ମନ୍ଦିରରେ ଭସ୍ମ ଆଳତିରେ ମଧ୍ୟ ଭାଗ ନେଇଥିଲେ ।

ସେ ନନ୍ଦୀ ହଲରୁ ଭଗବାନ ମହାକାଳଙ୍କୁ ପୂଜା କରିଥିଲେ । ମନ୍ଦିରରୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଶୁତୋଷ ରାଣା ମନ୍ଦିରରେ ଧଳା କୁର୍ତ୍ତା, ପାଇଜାମା ସହ କଳା ନେହେରୁ ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ । ଭସ୍ମ ଆଳତି ପରେ ସେ ମନ୍ଦିର ଗର୍ଭଗୃହରେ ବାବା ମହାକାଳଙ୍କୁ ପୂଜା କରି ଆଶୀର୍ବାଦ ନେଇଥିଲେ ।

ଅନ୍ୟପଟେ ଆଶୁତୋଷଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ‘ଦୁଷ୍ମନ’, ‘ସଂଘର୍ଷ’ ଭଳି ଚଳଚ୍ଚିତ୍ରରେ ନିଜର ଭୂମିକା ପାଇଁ ସେ ବହୁତ ଲୋକପ୍ରିୟ । ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’, ‘ଓ୍ଵାର୍‌’, ‘ହମ୍‌ଟି ଶର୍ମା କି ଦୁଲହନିଆ’, ‘ଧଡକ’, ‘ସିମ୍ବା’ ଭଳି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ଆଶୁତୋଷ ରାଣା ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ଓ୍ଵାର୍‌ ୨’ରେ ନଜର ଆସିବେ, ଯେଉଁଥିରେ ହ୍ରିତିକ ରୋଶନ ଓ ଜୁନିୟର ଏନ୍‌ଟିଆର୍‌ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.