ଫିଲ୍ମ ‘ବଡେ ମିୟା ଛୋଟେ ମିୟା’କୁ ନେଇ ନିର୍ଦ୍ଦେଶକ ଦେଲେ ବଡ଼ ସୂଚନା, ପ୍ରତିଦିନ ସୁଟିଂରେ ଖର୍ଚ୍ଚ ହୁଏ ଏତେ କୋଟି ଟଙ୍କା

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ଏକ ଆକ୍ସନ୍ ପ୍ୟାକ୍ ଫିଲ୍ମ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଲି ଅବ୍ବାସ ଜାଫର । ଏହି ଫିଲ୍ମଟି ଇଦ୍‌ର ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଏହି ଫିଲ୍ମରେ ହୋଇଥିବା ଖର୍ଚ୍ଚ ବିଷୟରେ କହିଛନ୍ତି ।

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ଅଭିନୀତ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ଏକ ବଡ ବଜେଟ୍ ସହିତ ୩୫୦ କୋଟି ଟଙ୍କାରେ ନିର୍ମିତ ହେଉଛି । ତେବେ ଏହି ଫିଲ୍ମରେ ଅନେକ ଆକ୍ସନ୍ ଦେଖିବାକୁ ମିଳିବାକୁ ଯାଉଛି । ଟ୍ରେଲରକୁ ଦେଖି ଏହା ଅନୁମାନ କରାଯାଇପାରେ । ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଏହି ଫିଲ୍ମରେ ହୋଇଥିବା ଖର୍ଚ୍ଚ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଫିଲ୍ମର ସୁଟିଂ ପାଇଁ ଦୈନିକ ୩ ରୁ ୪ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହା ସହିତ ସେ କହିଛନ୍ତି ପୁରୁଣା ସ୍କୁଲ୍‌ ଏବଂ ଭିଏଫଏକ୍ସକୁ ଏହାର ସପୋର୍ଟ ଟୁଲ୍ ଭାବରେ ବ୍ୟବହାର କରାଯାଇଛି ।

ଯେତେବେଳେ ଏକ ଇଣ୍ଟରଭ୍ୟୁରେ ଅଲି ଅବ୍ବାସ ଜାଫରଙ୍କୁ ପଚରାଗଲା ଯେ ସେ କିପରି ପୂଜା ଏଣ୍ଟରଟେନମେଣ୍ଟକୁ ଏତେ ବଡ ପ୍ରୋଜେକ୍ଟ ଦେବାକୁ ନିଶ୍ଚିତ ନେଲେ, ସେତେବେଳେ ସେ କହିଥିଲେ ଯେ ସେ ତାଙ୍କ ଉପରେ ଆଖି ବନ୍ଦକରି ବିଶ୍ୱାସ କରନ୍ତି । ଏହା ବ୍ୟତୀତ ସେ ଏପରି ମଧ୍ୟ କହିଛନ୍ତି, ‘‘ଯେତେବେଳେ ଆମେ ଫିଲ୍ମର ସ୍କ୍ରିପ୍ଟ ଲେଖିଥିଲୁ, ସେତେବେଳେ ଫିଲ୍ମରେ ଏପରି ଦେଖାଇବୁ ଯାହାକୁ ନେଇ ଆମେ ସମସ୍ତେ ଗର୍ବିତ ହୋଇପାରିବୁ । ତେବେ ଏପରି ସେ ଅନେକ କଥା କହିଥିଲେ ।

ଯଦି ଆମେ ଫିଲ୍ମ ବିଷୟରେ କଥା ହେବା ତାହେଲେ ‘ବଡେ ମିୟା ଛୋଟେ ମିୟା’ ଏକ ଆକ୍ସନ୍ ପ୍ୟାକ୍ ଫିଲ୍ମ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଲି ଅବ୍ବାସ ଜାଫର । ଏହି ଫିଲ୍ମଟି ଇଦ୍‌ର ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ଫିଲ୍ମର ପୁରା ଷ୍ଟାର କାଷ୍ଟ ଏହାକୁ ଜୋରଦାର ପ୍ରୋମସୋନ କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ମନୁଷିଙ୍କ ସହ ଆଲାୟା ଏଫ, ଅକ୍ଷୟ କୁମାର, ଟାଇଗର ଶ୍ରଫ, ସୋନାକ୍ଷୀ ସିହ୍ନା, ସାଉଥ ଷ୍ଟାର ପୃଥୀରାଜ ମୁଖ୍ୟ ଭୂମିକାରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଟ୍ରେଲରଟି ଅକ୍ଷୟ କୁମାର ତାଙ୍କ ଇନ୍‌ଷ୍ଟଗ୍ରାମରେ ସେୟାର କରିଛନ୍ତି ।

ଏହାର ବଜେଟକୁ ନେଇ ଅଲି ଅବ୍ବାସ ଜାଫର କହିଛନ୍ତି, ବଜେଟ୍ ହେଉଛି ସବୁଠାରୁ ବଡ ପ୍ରେସର ଯାହା ଅଭିନେତା ଏବଂ ଫିଲ୍ମ ନିର୍ମାତାମାନେ ସର୍ବଦା ଅନୁଭବ କରନ୍ତି । କାଣଣ ସୁଟିଂର ପ୍ରତ୍ୟେକଟି କାର୍ଯ୍ୟରେ ବହୁତ ଖର୍ଚ୍ଚ ହୋଇଥାଏ । ତେବେ ଯଦି ଆପଣ ବାଇକ୍ ଷ୍ଟଣ୍ଟ୍ କରିବାକୁ ଚାହୁଁଛନ୍ତି, ତାହେଲେ ଏଥିରେ ମଧ୍ୟ ବହୁତ ଖର୍ଚ୍ଚ ହୋଇଥାଏ । କାରଣ ପ୍ରତ୍ୟେକ ବାଇକର ମୂଲ୍ୟ ୪ ଲକ୍ଷ ଟଙ୍କା ଏବଂ ଯଦି ଷ୍ଟଣ୍ଟ ଭୁଲ ହୋଇଯାଏ. ତେବେ ତୁରନ୍ତ ୪ ଲକ୍ଷ ଟଙ୍କା କ୍ଷତି ହୋଇଥାଏ । ଯଦି ଆପଣ କାରର ଷ୍ଟଣ୍ଟ କରୁଛନ୍ତି, ତାହେଲେ ଏଥିରେ ୩୦ ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ରେ ଏପରି ଷ୍ଟଣ୍ଟ୍ ଅଛି ଯେଉଁଠାରେ ଗୋଟିଏ ଦିନର ମୂଲ୍ୟ ୩ ରୁ ୪କୋଟି ଟଙ୍କା ଥିଲା । କାରଣ ଏହି ଷ୍ଟଣ୍ଟରେ ସମସ୍ତ ଜିନିଷ ବହୁତ ମହଙ୍ଗ ରହିଥିଲା ।

ସୂଚନା ମୁତାବକ, ଅକ୍ଷୟ କୁମାରଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ମିଶନ ରାନିଗଞ୍ଜ’ରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ତାଙ୍କର ଭୂମିକାକୁ ବହୁତ ପ୍ରଶଂସା କରାଯାଇଥିଲା । ତେବେ ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କୁ ଆହୁରି ଅନେକ ଫିଲ୍ମରେ ଦେଖିବାକୁ ମିଳିବେ, ସେଥିମଧ୍ୟରେ ‘ଓ୍ଵଲ୍‌କମ୍‌ ଟୁ ଜଙ୍ଗଲ୍‌’ ଏବଂ ‘ହେରା ପେରି ୩’ ରହିଛି । ଟାଇଗର ଶ୍ରଫଙ୍କ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବ୍ୟତୀତ ତାଙ୍କୁ ‘ସିଙ୍ଘମ୍‌ ୩’ ରେ ଦେଖିବାକୁ ମିଳିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.