Below header

ହାତ ଛାଡିବେ କୃଷ୍ଣ! ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା

କୋରାପୁଟ(କେନ୍ଯୁଜ୍) : ପିସିସି ସାଧାରଣ ସମ୍ପାଦକ ପଦ ଛାଡ଼ିଲେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣ ସଗରିଆ। ଏହି ପଦରୁ ସେ ଇସ୍ତଫା ଦେବା ପରେ ଦଳ ଛାଡିବା ନେଇ ଚର୍ଚ୍ଚା ବଢିଛି। କୃଷ୍ଣଚନ୍ଦ୍ର କହିଛନ୍ତି, ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ଗତକାଲି ଏହିପରି କିଛି ମନ୍ତବ୍ୟ ଦେଇଥିଲେ, ଦଳର କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ।

କଂଗ୍ରେସରେ ପୁଣି କହୁଳୁଛି ଅସନ୍ତୋଷ । କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଦଳ ଛାଡିବା ନେଇ ଚର୍ଚ୍ଚା ଚାଲିଛି। କୃଷ୍ଣ ସଗରିଆ କହିଛନ୍ତି, ସେ ତାଙ୍କ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ବର୍ତ୍ତମାନ କିନ୍ତୁ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ପିସିସି ଏସ୍‌ସି ସେଲ୍‌ ଅଧ୍ୟକ୍ଷ ପଦରୁ ହଟାଇ କୃଷ୍ଣଚନ୍ଦ୍ରଙ୍କୁ ପିସିସି ସାଧାରଣ ସମ୍ପାଦକ ପଦ ଦିଆଯାଇଥିଲା। ଏହା ତାଙ୍କ ପାଇଁ ଅପମାନ ବୋଲି ସେ କହିଛନ୍ତି। କୃଷ୍ଣଙ୍କର ପୂର୍ବରୁ ବିଧାୟକ ତାରାପ୍ରସାଦନ ବାହିନୀପତିଙ୍କ ସହ ବିବାଦ ଥିଲା। କିଛି ଦିନ ତଳେ ବିବାଦ ତୁଟିଥିଲା। ଏବେ ପୁଣି ସଙ୍କଟ।

krushna 2

ସେପଟେ କଂଗ୍ରେସ ବିଧାୟକ ନବ ଦାସ ବିଜେଡି ଆଡ଼କୁ ଢଳୁଥିବା ନେଇ ପୁଣି ଚର୍ଚ୍ଚା ବଢ଼ିଛି । ନବ ବାବୁ କହିଛନ୍ତି, ଓଡ଼ିଶା ରାଜନୀତି ଇତିହାସରେ ଜଣେ ଅନ୍ୟ ଦଳକୁ ଡେଇଁବା କିଛି ନୂଆ ନୁହେଁ । ତେବେ ଝାରସୁଗୁଡ଼ାବାସୀ ଯେଉଁ ନିଷ୍ପତ୍ତି ନେବେ ତାକୁ ସେ ମାନିନେବେ। ସେହିପରି କିଛି ମାସ ତଳେ ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ମଧ୍ୟ, ବିଜେଡିର ସ୍ଥିତିକୁ ପ୍ରଂଶସା କରିଥିଲେ। କଂଗ୍ରେସର କଟକ ଜିଲ୍ଲା ସଭାପତି ପଦ ଛାଡିଥିଲେ।.

୨୦୧୯ ନିର୍ବାଚନ ପାଖେଇ ଆସୁଛି। ସବୁ ଦଳ ଅଣ୍ଟା ଭିଡୁଛନ୍ତି। କଂଗ୍ରେସ ବି ଫୁଲଦମ୍‌ରେ ଲାଗିଛି। କିନ୍ତୁ ଏତିକି ବେଳେ ସିଟିଂ ଏମ୍‌ଏଲ୍‌ରେ ଅନ୍ୟ ଦଳ ଆଡକୁ ଢଳିବା ଚର୍ଚ୍ଚା, କଂଗ୍ରେସକୁ ଅଡୁଆରେ ପକାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.