Below header

ଫେରିଗଲା ମୌସୁମୀ,  ଏବର୍ଷ ଦେଶରେ ସ୍ୱାଭାବିକଠୁ ୯% କମ ବର୍ଷା

ଭୁବନେଶ୍ବର (କେନ୍ଯୁଜ୍) : ମୌସୁମୀ ବାୟୁ ଫେରିଯାଇଥିବା ବେଳେ ଏଥର ଦେଶରେ ସ୍ୱାଭାବିକ ଠାରୁ ୯ ପ୍ରତିଶତ କମ ବର୍ଷା ହୋଇଛି ।  ଓଡ଼ିଶାରେ ହାରାହାରି ୧୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୧ଟି ଜିଲ୍ଲାରେ ଅତିବୃଷ୍ଟି ଓ ୧୯ ଜିଲ୍ଲାରେ ହୋଇଛି ସ୍ୱାଭାବିକ ବର୍ଷା । ସୁନ୍ଦରଗଡ଼ ଓ ଦେବଗଡ଼ରେ ସର୍ବନିମ୍ନ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏବର୍ଷ ଦେଶରେ ସ୍ୱାଭାବିକଠାରୁ ୯ ପ୍ରତିଶତ କମ ମୌସୁମୀ ବର୍ଷା । କେରଳରେ ସ୍ୱାଭାବିକ ଠାରୁ ଅଧିକ ବୃଷ୍ଟିପାତ ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ଆସିଥିଲା । ସେହିପରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସ୍ୱାଭାବିକ ଠାରୁ କମ୍‌ ବୃଷ୍ଟିପାତ ହୋଇଛି । ଏଥର ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥିଲା । ଜୁନରୁ ସେପ୍ଟେମ୍ବର ୪ ମାସ ମଧ୍ୟରେ ରାଜ୍ୟରେ ହାରାହାରି ୧୨.୯ ପ୍ରତିଶତ ଅଧିକ ବର୍ଷା ହୋଇଛି ।

Odisha weather

୧୧ଟି ଜିଲ୍ଲାରେ ଅତିବୃଷ୍ଟି ହୋଇଥିବା ବେଳେ କଳାହାଣ୍ଡିରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କଟକ, କୋରାପୁଟ ଓ ରାୟଗଡ଼ାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି । ବାକି ୧୯ଟି ଜିଲ୍ଲାରେ ହୋଇଛି ସ୍ୱାଭାବିକ ବର୍ଷା । ତେବେ ବଲାଙ୍ଗିର ଜିଲ୍ଲାର ମୁରିବାହାଲ, ବେଲପଡ଼ା, ଲୋଇସିଂହା ଓ ସୁନ୍ଦରଗଡ଼ରେ ଟାଙ୍ଗରପାଲିରେ ଅନାବୃଷ୍ଟି ଭଳି ପରିସ୍ଥିତି ଦେଖାଦେଇଛି । ଆଉ ୧୧ଟି ଜିଲ୍ଲାର ୨୭ ଟି ବ୍ଲକରେ କମ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର । ଓଡ଼ିଶାରେ ଏବେ ମୌସୁମୀ ବାୟୁ ନିଷ୍କ୍ରିୟ । ତେବେ ରାଜ୍ୟରେ ଅକ୍ଟୋବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.