Below header

ସିଦ୍ଧୁ କହିଲେ ଅଫିମ ଚାଷକୁ ଅନୁମତି ଦିଆଯାଉ

ଚଣ୍ଡିଗଡ଼ : ପାକିସ୍ତାନ ଯାତ୍ରା ବିବାଦ ନସରୁଣୁ ନବଜ୍ୟୋତ ସିଂହ ସିଦ୍ଧୁ ଆଉ ଗୋଟିଏ ବିବାଦରେ ଫସି ଯାଇଛନ୍ତି । ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧୁ ଅଫିମ ଚାଷକୁ ବୈଧ କରିବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି । ଆମ ଆଦମୀ ପାର୍ଟିର ନିଲମ୍ବିତ ସାଂସଦ ଡ. ଧର୍ମବୀର ଗାନ୍ଧୀ ଏହି କଥା ପ୍ରଥମେ ଉଠାଇଥିଲେ । ଯାହାକୁ ସମର୍ଥନ କରିଛନ୍ତି ସିଦ୍ଧୁ । ସେ କହିଛନ୍ତି ଅଫିମକୁ ଔଷଧ ରୂପରେ ବ୍ୟବହାର କରାଯାଇ ପାରିବ । ମୋ ଦାଦା ବି ଏହାକୁ ଔଷଧ ଭାବେ ଖାଉଥିଲେ । ତେଣୁ ଅଫିମ ଚାଷ ପାଇଁ ଅନୁମତି ଦିଆଯାଉ ।

ଅଫିମ ପ୍ରସଙ୍ଗରେ ମତ ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ସେ କହିଛନ୍ତି ଯେ ଅଫିମ ପ୍ରସଙ୍ଗ ପୁଣି ଉଠିବା ଏକ ଭଲ ଖବର । କାରଣ ଏହାର ସ୍ଥାୟୀ ସମାଧାନ କରାଯିବା ନିହାତି ଜରୁରୀ । କାରଣ ପଞ୍ଜାବରେ ଅଫିମ ଚାଷକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ରାଜ୍ୟର ଯୁବ ପିଢ଼ି ନିଶା ପଛରେ ଦୌଡୁଛନ୍ତି । ତେଣୁ ଏ ଦିଗରେ ଅଧିକ ତଦନ୍ତ କରାଯିବା ଆବଶ୍ୟକ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.