ଭାଗବତ ଗୀତାର ଏକ ଉପଦେଶରେ କୁହାଯାଇଛିଯେ ଯିଏ ଜନ୍ମ ନେଇଛନ୍ତି ତାଙ୍କର ମୁତ୍ୟୁ ମଧ୍ୟ ସୁନିଶ୍ଚିତ। ହିନ୍ଦୁ ଧର୍ମରେ ମୋଟ ୧୬ଟି ସଂସ୍କାର ମଧ୍ୟରୁ ଅନ୍ତିମ ସଂସ୍କାର ଶବ ଯାତ୍ରା ହୋଇଥାଏ। ହିନ୍ଦୁ ଧର୍ମରେ ଶବକୁ ଗଙ୍ଗା ଘାଟରେ ଅନ୍ତିମ କ୍ରୀୟା କରାଯାଇଥାଏ। କାଶୀକୁ ମୋକ୍ଷ ପ୍ରାପ୍ତି ପାଇଁ ସବୁଠାରୁ ପବିତ୍ର ସ୍ଥାନ ବୋଲି କୁହାଯାଏ। ଏଠାରେ ଯେଉଁ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ହୋଇଥାଏ ସେମାନଙ୍କୁ ସିଧା ସ୍ବର୍ଗ ପ୍ରାପ୍ତି ହୋଇଥାଏ।
ବନାରସ ଘାଟ ଦୁନିଆର ଏକ ସ୍ବତନ୍ତ୍ର ଶ୍ମଶାନ ଅଟେ ଯେଉଁଠି ଚିତା ସବୁବେଳେ ଜଳୁଥାଏ। ବନାରସର ଶ୍ମଶାନ ଘାଟରେ ଏକ ଏମିତି ଘାଟ ଅଛି ଯେଉଁଠି ମୁର୍ଦ୍ଦାର ପାଖରୁ ମଧ୍ୟ ଟ୍ୟାକ୍ସ ବସୁଲ କରାଯାଇଥାଏ। ଶ୍ମଶାନ ଘାଟରେ ମୁର୍ଦ୍ଦାରଙ୍କ ପାଖରୁ ଟ୍ୟାକ୍ସ ନେବା ପଛର କାହାଣୀ ମଧ୍ୟ ରୋମାଞ୍ଚକର।
ଏହା ସହ ପଢ଼ନ୍ତୁ : ଏମିତି ଥିଲେ ଜଣେ ରସିକିଆ ରାଜା, ଯାହାଙ୍କର ଥିଲେ ୩୬୫ ରାଣୀ, ଲଣ୍ଠନ ଲଭିଲେ ସେହି ରାଣୀ ରାତିକ ପାଇଁ ତାଙ୍କର
ହରିଶ୍ଚନ୍ଦ୍ର ଘାଟରେ ଅନ୍ତିମ ସଂସ୍କାର ପାଇଁ ଟ୍ୟାକ୍ସ ଦେବାର ପରମ୍ପରା ପ୍ରାୟ ୩୦୦୦ ବର୍ଷ ପୁରୁଣା ଅଟେ। ଏମିତି ମାନ୍ୟତା ଥିଲାଯେ ଶ୍ମଶାନର ରକ୍ଷଣାବେକ୍ଷଣା ସେତେବେଳେ ଡୋମ ଜାତିଙ୍କ ହାତରେ ଥିଲା। ଏହି ଟ୍ୟାକ୍ସ ନେବାର ଆରମ୍ଭ ରାଜା ହରିଶ୍ଚନ୍ଦ୍ରଙ୍କ ଜମାନାରେ ହୋଇଥିଲା। ହରିଶ୍ଚନ୍ଦ୍ର ଏକ ବଚନ କାରଣରୁ ନିଜର ରାଜାପାଟ ଛାଡି ଡୋମ ପରିବାରର ପୂର୍ବଜ କଲ୍ଲୂ ଡୋମର ଚାକିରୀ କରିଥିଲେ।
ଏହି ସମୟ ଭିତରେ ତାଙ୍କ ପୁଅର ମ୍ରୁତ୍ୟୁ ହୋଇଗଲା ଏବଂ ପୁଅର ଶବ ଦାହ କରିବା ପାଇଁ ତାଙ୍କୁ ବାଦ୍ଧ୍ୟ ହୋଇ କଲ୍ଲୂ ଡୋମର ଅନୁମତି ନେବାକୁ ପଡିଥିଲା। ସେବେଠାରୁ ବିନା ଦାନରେ ଅନ୍ତିମ ସଂସ୍କାର ବେଳେ ଅନୁମତି ନେବାକୁ ପଡୁନଥିଲା। ରାଜା ହରିଶ୍ଚନ୍ଦ୍ର ରାଣୀଙ୍କ ସାଢ଼ୀର ଏକ ଖଣ୍ଡ ଦକ୍ଷିଣା କଲ୍ଲୂ ଡୋମକୁ ଦେବାକୁ ପଡିଥିଲା। ସେବେଠାରୁ ହିଁ ଶବଦାହ ବଦଳରେ ଟ୍ୟାକ୍ସ ମାଗିବାର ପରମ୍ପରା ମଜବୁତ ହୋଇଯାଇଥିଲା।