Below header

ଆସନ୍ତା ୪ରୁ ପ୍ରଥମ ଟେଷ୍ଟ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଧମାକା ପାଇଁ ବିରାଟ ପ୍ରସ୍ତୁତ

ନୂଆଦିଲ୍ଲୀ : ଆସନ୍ତା ୪ ତାରିଖରୁ ୱେଷ୍ଟଇଣ୍ଡିଜ୍ ସହ ଭାରତର ଘରୋଇ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏହି ଟେଷ୍ଟରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ରେକର୍ଡ଼ ଭାଙ୍ଗିବାର ସୁଯୋଗ ରହିଛି । ସେ ୩୮ ରନ୍ କଲେ ମହମ୍ମଦ ଆଝାରୁଦ୍ଦିନଙ୍କ ରେକର୍ଡ଼ ଭାଙ୍ଗିବେ । ଆଝାର ଇଣ୍ଡିଜ ବିପକ୍ଷରେ ୧୪ଟି ଟେଷ୍ଟ ଖେଳି ୫୩୯ ରନ୍ ସ୍କୋର କରିଛନ୍ତି । ତେବେ ୧୦ଟି ଟେଷ୍ଟ ଖେଳିଥିବା ବିରାଟ ୫୦୨ ରନ୍ କରିଛନ୍ତି । ପୂର୍ବରୁ ବିରାଟ ଇଣ୍ଡିଜ୍ ବିପକ୍ଷରେ ବ୍ୟକ୍ତିଗତ ରନ୍ କରିବାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଥିଲେ । ଧୋନି ୧୨ଟି ଟେଷ୍ଟ ଖେଳି ୪୭୬ ରନ୍ କରିଛନ୍ତି । ତେବେ ସେ ୨୦୧୪ରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତରଫରୁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ସେ ୨,୭୪୯ କରିଥିବା ବେଳେ ତାଙ୍କ ପଛକୁ ରାହୁଲ ଦ୍ରାବିଡ଼ (୧୯୭୮ ରନ୍), ଭିଭିଏସ୍ ଲକ୍ଷ୍ମଣ (୧୭୧୫), ସଚିନ ତେନ୍ଦୁଲକର (୧୬୩୦), ଦିଲୀପ ଭେଙ୍ଗସର୍କାର (୧୫୯୬) ଏବଂ ଆଝାରୁଦ୍ଦିନ (୫୩୯) । ଇଣ୍ଡିଜ ବିପକ୍ଷରେ ଗାଭାସ୍କର ହିଁ ଏକମାତ୍ର ଭାରତୀୟ ଖେଳାଳି ଯିଏକି ଦ୍ବିଶତକ ହାସଲ କରିଛନ୍ତି । ସେହି ସର୍ବାଧିକ ୧୩ଟି ଶତକ କରିଛନ୍ତି । ତାଙ୍କ ପରେ ଅଛନ୍ତି ଭେଙ୍ଗସର୍କାର (୬), ଲକ୍ଷ୍ମଣ (୪), ତେନ୍ଦୁଲକର (୩), ସେହବାଗ (୨) ଅଛନ୍ତି । ଧୋନି ଓ ବିରାଟ କୋହଲି ଗୋଟିଏ ଲେଖାଏଁ ଶତକ କରିଛନ୍ତି ।

gavaskar

ସ୍ବାଧୀନତା ପରେ ୧୯୪୮ରୁ ଭାରତ-ୱେଷ୍ଟଇଣ୍ଡିଜ ଦ୍ବିପାକ୍ଷିକ ଟେଷ୍ଟ କ୍ରିକେଟ୍ ସିରିଜ୍ ଚାଲି ଆସୁଛି । ଦୁଇ ଦଳ ଭିତରେ ମୋଟ ୯୪ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ଭାରତ ୨୮ଟି ଜିତିଥିବା ବେଳେ ୩୦ଟିରେ ହାରିଛି । ୪୬ଟି ମ୍ୟାଚ୍ ଡ୍ର ରହିଛି ।

ଏସିଆ କପରେ ଖେଳି ନଥିଲେ ବିରାଟ କୋହଲି । ଏହି ବିଶ୍ରାମ ସମୟରେ ତାଙ୍କୁ ମିଳିଛି ଦେଶର ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ଖେଳରତ୍ନ । ଏହା ପରେ ବେଶ୍ ଉତ୍ସାହିତ ଅଛନ୍ତି ବିରାଟ । ତେଣୁ ଇଣ୍ଡିଜ ବିପକ୍ଷରେ ଘରୋଇ ସିରିଜରେ କିଛି ଧମାକା କରିବାକୁ ଯୋଜନା କରିଛନ୍ତି । ୪ ତାରିଖରୁ ରାଜକୋଟରେ ଖେଳାଯିବ ପ୍ରଥମ ମ୍ୟାଚ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.