Below header

କୁଚିଣ୍ଡାର ବହୁ ଚର୍ଚ୍ଚିତ ଜମି ଜାଲିୟାତି ମାମଲା, ୩ ଜଣଙ୍କୁ ଗିରଫ କଲା କୁଚିଣ୍ଡା ପୋଲିସ

କୁଚିଣ୍ଡା(କେନ୍ୟୁଜ୍): କୁଚିଣ୍ଡାର ବହୁ ଚର୍ଚ୍ଚିତ ଜମି ଜାଳିୟାତି ମାମଲାରେ ପୋଲିସ  କର୍ଡାଖମନ ଗ୍ରାମର ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତ ୨.୧୦.୨୦୨୦ ମ ଦିନ ଦେବଗଡ଼ ଜିଲ୍ଲା ଛେପଲିପାଳି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏବଂ ଗୋବର୍ଦ୍ଧନ ସ୍ବାଇଁ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଉଲ୍ଲେଖ ଥିଲା ଯେ,କୁଚିଣ୍ଡାର ସଞ୍ଜୀବ ପଟେଲ ଅନ୍ୟ ମାନଙ୍କ ସହାୟତାରେ ଦୁଇଟି ନକଲି ଡିଡ଼ ନମ୍ବର ୩୨ ଏବଂ ୩୩ ରେ ପାୱାର ଅଫ ଏଟର୍ଣ୍ଣ ତିଆରି କରି ପୂର୍ଣ୍ଣଚନ୍ଦ୍ରଙ୍କ ନାମରେ ବାବୁମଲଟୀ ଗ୍ରାମରେ ଥିବା ଖାତା ନମ୍ବର ୧୭/୭ ଏବଂ ଖାତା ନମ୍ବର ୧୭/୯ ରେ ଥିବା ସମସ୍ତ ୪ ଏକର ଜମିକୁ କୁଚିଣ୍ଡା ୱାର୍ଡ ନମ୍ବର ୦୯ ର ବାସିନ୍ଦା ସ୍ବର୍ଗତ ଦେବରାଜ ମହାପାତ୍ରଙ୍କୁ ଗତ ୨୫.୧୦.୨୦୧୦ ରେ ବିକ୍ରି କରିଦେଇଛନ୍ତି।

ସେହିପରି ଗୋବର୍ଦ୍ଧନ ପିତା ଭଗବାନ ସ୍ୱାଇଁଙ୍କ ନାମରେ ଥିବା ସେହି ବାବୁମଲ୍ଟି ଗ୍ରାମର ଖାତା ନମ୍ବର ୨୮/୧୯ ରେ ଥିବା ସମସ୍ତ ୨ ଏକର ଜମିକୁ ଝାରସୁଗୁଡ଼ା ଜିଲ୍ଲା ଦେବାଡିହି ଗ୍ରାମର ଧ୍ରୁବଚରଣ ପାଣ୍ଡେଙ୍କୁ ବିକ୍ରି କରିଦେଇଛନ୍ତି। ବିକ୍ରି ସମୟରେ ଦୁଇ ଜଣ ନକଲି ବ୍ୟକ୍ତିଙ୍କୁ ପୂର୍ଣ୍ଣଚନ୍ଦ୍ର ଏବଂ ଭଗବାନ ବୋଲି ପରିଚୟ ଦେଇ ରେଜିଷ୍ଟ୍ରି କାଗଜରେ ତାଙ୍କର ଦସ୍ତଖତ କରାଯାଇଛି। ଏଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଅନୁରୋଧ କରିଥିଲେ।

ଏହି ଅଭିଯୋଗ ପାଇବା ପରେ କୁଚିଣ୍ଡା ପୋଲିସ କେସ ନମ୍ବର୧୯୮/୨୦୨୦ ରେ ଆ ଇ:ପି:ସି ଧାରା ୪୧୯,୪୨୦,୪୬୭,୪୬୮,୪୭୧ ଏବଂ ୩୪ ରେ ଏକ ମାମଲା ରୁଜୁ କରି ତୁରନ୍ତ କୁଚିଣ୍ଡା ସରସ୍ଵତୀ ଶିଶୁ ମନ୍ଦିର ନିକଟରେ ରହୁଥିବା ବୁରୋଡିହି ଗ୍ରାମର ସଂଜିବକୁ ଗତ ୩.୧୦.୨୦୨୦ ରେ ଗିରଫ କରି ତଦନ୍ତ ଚଳାଇଥିଲା। ସଞ୍ଜୀବ ଠାରୁ ସୂଚନା ପାଇ ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ ସଫଳତା ମିଳିପାରି ନ ଥିଲା। ତେବେ ଆଜି କୁଚିଣ୍ଡା ପୋଲିସ ଏହି ମାମଲାରେ ମହୁଲପାଲୀ ଥାନା ଅନ୍ତର୍ଗତ କର୍ଡାଖମନ ଗ୍ରାମର ବିପ୍ର ଭଇଁଶା (୪୯)ସେହି ଗ୍ରାମର ଉଜଳ କିସାନ(୫୦) ଏବଂ ନନ୍ଦ କିସାନ (୫୫)ଙ୍କୁ ଗିରଫ କରିବାରେ ସଫଳ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.