ଶରୀରରେ ରକ୍ତ କମ୍‌ ଥିଲେ ଖାଇବା ଆରମ୍ଭ କରି ଦିଅନ୍ତୁ ଗୁଡ଼, ମିଳିବ ଆହୁରି ବହୁତ ସୁବିଧା

ଏବେ ସମସ୍ତଙ୍କ ଘରେ ଚିନିର ବ୍ୟବହାର ଅଧିକ । ବିଶେଷକରି ଗୁଡ଼ ଖାଇବାକୁ କେହି ପସନ୍ଦ କରୁନାହାଁନ୍ତି । ହେଲେ ଗୁଡ଼ ଶରୀରରେ ବହୁ ପୋଷକ ତତ୍ତ୍ୱ ପୂରଣ କରିଥାଏ । ଗୁଡ଼ରେ ଭିଟାମିନ, କ୍ୟାଲ୍‌ସିୟମ୍‌, ଫାଇବର, ଆଇରନ୍‌, ଏଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ଥାଏ । ତେଣୁ ଏହା ଋତୁକାଳୀନ ରୋଗରୁ ରକ୍ଷା କରିଥାଏ । ବିଶେଷକରି ଥଣ୍ଡା ଦିନରେ ଗୁଡ଼ରେ ପ୍ରସ୍ତୁତ ଚା’ ଓ ପାଣି ପିଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଗୁଡ଼ ଶରୀର ପାଇଁ କେତେ ଲାଭକାରୀ ଓ ଏହା ଶରୀର ପାଇଁ କି କି ଫାଇଦା ଦେଇଥାଏ ।

ଏସିଡିଟି ପାଇଁ ହୋଇଥାଏ ଲାଭକାରୀ

ଯେଉଁ ଲୋକଙ୍କ ପେଟ ସମସ୍ୟା ରହିଥାଏ । ସେମାନଙ୍କ ପାଇଁ ଗୁଡ଼ ଲାଭକାରୀ ହୋଇଥାଏ । ଅଳ୍ପ ଉସୁମ ପାଣିରେ ଗୁଡ଼ ମିଶାଇ ପିଇଲେ ଏସିଡିଟି ଭଲ ହୋଇଥାଏ । ଯେଉଁ ଲୋକଙ୍କ ସବୁବେଳେ ଖଟା ଢ଼କାର ହୋଇଥାଏ ସେମାନେ ଗୁଡ଼ରେ କଳା ବା ସନ୍ଧୈବ ଲବଣ ମିଶାଇ ଖାଇବା ଉଚିତ୍‌ । ଏହାଛଡ଼ା ଦୈନିକ ସକାଳେ ଖାଲି ପେଟରେ ଗୁଡ଼ ପାଣି ପିଇଲେ ପେଟ ସଫା ହେବା ସହ ହଜମ ଶକ୍ତି ମଜଭୁତ ହୋଇଥାଏ ।

jaggery-1

ଋତୁକାଳୀନ ରୋଗରୁ ମିଳିଥାଏ ଉପଶମ

ଗୁଡ଼ ଖାଇବା ଦ୍ୱାରା ଥଣ୍ଡା ଦିନରେ ସର୍ଦ୍ଦି,କାସ ଓ ଜରରୁ ଉପଶମ ମିଳିଥାଏ । ଏଥିରେ ଥିବା ଏଣ୍ଟି ବ୍ୟାକ୍ଟେରିଆ ଓ ଏଣ୍ଟି ଭାଇରାଲ୍‌ ଗୁଣ ଶରୀର ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ । ବିଶେଷ କରି କାସ ହେଲେ କଳା ମରିଚ ପାଉଡର ସହ ଗୁଡ଼ ମିଶାଇ ଖାଇଲେ କାସରୁ ଉପଶମ ମିଳିଥାଏ ।

ରକ୍ତ ବଢ଼ାଇଥାଏ

ଗୁଡ଼ରେ ଆଇରନ୍‌ ମାତ୍ରା ଅଧିକ ଥିବାରୁ ଏହାକୁ ଖାଇବା ଦ୍ୱାରା ଏନେମିଆ ଦୂର କରିଥାଏ । ସବୁଦିନ ଦୁଧରେ ଗୁଡ଼ ମିଶାଇ ପିଇଲେ ଶରୀରରେ ଲାଲ୍‌ ରକ୍ତ କୋଷିକା(ଆର୍‌ବିସି) ବଢ଼ାଇଥାଏ । ଏହାଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ପାଇବା ସହ ଥକ୍କାପଣ ଓ ଦୁର୍ବଳ ଆଦି ସମସ୍ୟା ଦୂର ହୋଇଥାଏ ।

jaggery-2 bp

ବ୍ଲଡ୍‌ ପ୍ରେସର ରହିଥାଏ କଣ୍ଟ୍ରୋଲ୍‌ରେ

ଥଣ୍ଡା ଋତୁରେ ବ୍ଲଡ୍‌ ପ୍ରେସର ବଢ଼ିବା ଓ କମିବା ସମସ୍ୟା ଦେଖାଦେଇଥାଏ । ତେଣୁ ଦୈନିକ ସକାଳେ ଉଷୁମ ପାଣିରେ ଗୁଡ଼ ମିଶାଇ ପିଇଲେ ବ୍ଲଡ୍‌ ପ୍ରେସର କଣ୍ଟ୍ରୋଲ୍‌ରେ ରହିଥାଏ । ଏଥିସହ ହାଡ଼ ମଜଭୁତ କରିବା ଓ ଓଜନ ବଢ଼ାଇବାରେ ମଧ୍ୟ ଗୁଡ଼ ସହାୟତା କରିଥାଏ ।

ଚର୍ମ ପାଇଁ ଲାଭକାରୀ

ଚର୍ମ ଉଜ୍ଜଳ କରିବାରେ ଗୁଡ଼ ବହୁତ ଲାଭକାରୀ ହୋଇଥାଏ । ଏଥିରେ ତିଆରି ଫେସ୍‌ ପ୍ୟାକ୍‌ ଲଗାଇବା ଦ୍ୱାରା ମୁହଁରେ ଥିବା ଦାଗ,କଳା ଚିହ୍ନ ଓ ସନ୍‌ ବର୍ଣ୍ଣ ଦୂର ହୋଇ ଚର୍ମକୁ ନରମ ଓ ଉଜ୍ଜଳ କରିଥାଏ । ଫେସ୍‌ ପ୍ୟାକ୍‌ ପାଇଁ ୧ ଚାମଚ ଗୁଡ଼, ୧ ଚାମଚ ଟମାଟର ରସ, ୧/୨ ଚାମଚ ଲେମ୍ବୁ ରସ ଓ ଚିମୁଟାଏ ହଳଦୀ ମିଶାନ୍ତୁ ।

ମିଶ୍ରଣକୁ ମୁହଁ ଓ ବେକରେ ଧିରେ ଧିରେ ମାଲିସ୍‌ କରନ୍ତୁ । ୧୫/୨୦ ମିନିଟ୍‌ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଏହାର ଭଲ ଫାଇଦା ପାଇବା ପାଇଁ ସପ୍ତାହରେ ଏହି ପ୍ୟାକ୍‌କୁ ୨ ଥର ଲଗାନ୍ତୁ । ଏହି ଟିପ୍ସକୁ କୈାଣସି ରୋଗ ପାଇଁ ବ୍ୟବହାର କରିବା ପୂର୍ବରୁ ଅବଶ୍ୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.