Below header

କନ୍ଧମାଳରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ୫ ମତ୍ସ୍ୟଜୀବୀଙ୍କୁ ବାଣ୍ଟିଲେ ଅଟୋ

କେନ୍ୟୁଜ୍(ବ୍ୟୁରୋ):  କନ୍ଧମାଳରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ମତ୍ସ୍ୟଜୀବୀଙ୍କୁ ଅଟୋ ଓ ଆଇସ ବକ୍ସ ସହ କୋଭିଡ ସଚେତନତା ପାଇଁ ମାସ୍କ ବଣ୍ଟନ କରିଛନ୍ତି। କନ୍ଧମାଳ ସାଂସଦ ଡକ୍ଟର ସାମନ୍ତ ଆଜି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଡକ୍ଟର ସାମନ୍ତ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଜିଲ୍ଲାପାଳ ଡକ୍ଟର ଡି. ବୃନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକର ୫ ମତ୍ସ୍ୟଜୀବୀ ରିଙ୍କି ଚୌଧୁରୀ, ସୁୁଭଦ୍ରା ମଲ୍ଲିକ, ସଞ୍ଜୁକ୍ତା ପ୍ରଧାନ, ସାନୁରା ମଲ୍ଲିକ ଓ ତ୍ରିନାଥ ମଲ୍ଲିକ ଆଦି ହିତାଧିକାରୀଙ୍କୁ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ ଅଟୋ ଓ ଆଇସ ବକ୍ସ ସହ ସବ୍‌ସିଡ଼ି ଚେକ୍‌ ବଣ୍ଟନ କରିଥିଲେ।

 ଏହା ସହ ଡକ୍ଟର ସାମନ୍ତ ବିଜେଡ଼ି ତରଫରୁ ଆରମ୍ଭ କରାଯାଇଥିବା ଜନ ସଂପର୍କ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜନସଂପର୍କ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ କୋଭିଡ୍‌ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଡକ୍ଟର ସାମନ୍ତ ନିଜ ତରଫରୁ ୧୦ ହଜାର ମାସ୍କ ଜିଲ୍ଲାର ପିଖୁଡ଼ି, ଖଜୁରୀପଡ଼ା ଓ ଅନ୍ୟାନ୍ୟ ବ୍ଲକରେ ବଣ୍ଟନ କରିଥିଲେ।

auto

ପରେ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ଗଞ୍ଜୁଗୁଡ଼ାଠାରେ ବରିଷ୍ଠ ପିଆର୍‌ଆଇ ସଦସ୍ୟଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ବାଲିଗୁଡ଼ା ବିଧାୟକ ଚକ୍ରଧର କହଁର, ବିଜେଡ଼ି କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ତଥା ବିଜେଡ଼ିର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.