Below header

ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାନେଇ ୟୁଜିସି ଜାରି କଲା ଗାଇଡଲାଇନ୍,ଜାଣନ୍ତୁ କେମିତି ଖୋଲିବ

କେନ୍ୟୁଜ୍(ବ୍ୟୁରୋ):  କେମିତି ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ ? ଏନେଇ ୟୁଜିସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍‌ । କଣ୍ଟେନମେଣ୍ଟ ଜୋନ ବାହାରେ ପର୍ଯ୍ୟାୟକ୍ରମେ ଖୋଲିବାକୁ ଅନୁମତି ମିଳିଛି। ପ୍ରଥମ ସବୁ ଗବେଷଣାରତ ଛାତ୍ରଛାତ୍ରୀ ଓ ବିଜ୍ଞାନ ଏବଂ ବିଷୟିକବିଦ୍ୟା ବିଭାଗର ପିଜି ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଓ କଲେଜ ଯାଇ ପାରିବେ। ଏହାପରେ ଶିକ୍ଷାନୁଷ୍ଠାନର ମୁଖ୍ୟ, ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ଅନୁମତି ନେଇ ନିଷ୍ପତ୍ତି ନେବେ। କ୍ଲାସରେ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ରହି ପାରିବେ ନାହିଁ। ଛଅ ଦିନିଆ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ଶାରୀରିକ ଦୂରତା ସମ୍ଭବ ହେଉଥିଲେ ଏକ୍ସଟ୍ରା କରିକୁଲାର୍‌ ଆକ୍ଟିଭିଟି ପାଇଁ ଅନୁମତି ମିଳିବ। କ୍ୟାମ୍ପସ ପରିସରକୁ ନିୟମିତ ବିଶୋଧନୀକରଣ କରାଯିବ । ଶିକ୍ଷାଦାନ ସମୟକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛି ୟୁଜିସି । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ କ୍ଲାସରୁମ ପାଠ୍ୟକ୍ରମରେ ସାମିଲ ହୋଇପାରିବେ। କିନ୍ତୁ ବାହାରୁ ଆସୁଥିଲେ ୧୪ ଦିନିଆ ସଂଗରୋଧ ନିୟମ ପାଳନ କରିବାକୁ ପଡ଼ିବ । ହଷ୍ଟେଲରେ ରୁମ୍‌ ସେୟାର କରି ପାରିବେ ନାହିଁ ଛାତ୍ରଛାତ୍ରୀ । ଲକ୍ଷଣ ଥିଲେ ହଷ୍ଟେଲରେ ରହିବାକୁ ଅନୁମତି ଦିଆଯିବ ନାହିଁ । ପୂର୍ବଭଳି ବାହାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା କରିବେ ବୋଲି କହିଛି ୟୁଜିସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.