Below header

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ ଲେଭଲ୍‌ କ୍ଲିଅରାନ୍ସ ଅଥରିଟି ବୈଠକରେ ୫ଟି ମେଗା ପ୍ରକଳ୍ପକୁ ମଞ୍ଜୁରୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ଅର୍ଥନୀତିକୁ ମିଳିବ ଶକ୍ତି । ଆସିଲା ୯୨ ହଜାର ୭୧୩ କୋଟି ଟଙ୍କାର ମେଗା ପ୍ରକଳ୍ପ ନିବେଶ ପ୍ରସ୍ତାବ । ଯେଉଁଥିରେ ୩୧ ହଜାର ୯୭୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୪ ତମ ହାଇ ଲେଭଲ୍‌ କ୍ଲିଅରାନ୍ସ ଅଥରିଟି ବୈଠକରେ ୫ଟି ମେଗା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମେଗା ପ୍ରକଳ୍ପରେ ନିବେଶ ହେବ ୯୨ ହଜାର ୭୧୩ କୋଟି ଟଙ୍କା । ଆଇପିଆର୍‌ ୨୦୧୫ର ସର୍ବାଧିକ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି ।

JSPLର ସଂପ୍ରସାରଣ ଓ ସ୍ଲରୀ ପାଇପ୍‌ ଲାଇନ୍‌ ପାଇଁ ୭୬ ହଜାର ୧୮ କୋଟି , ଜିନ୍ଦଲ ଷ୍ଟେନ୍‌ଲେସ୍‌ର ସଂପ୍ରସାରଣ ପାଇଁ ୬ ହଜାର ୮୪୦ କୋଟି, ESSAR ମିନ୍‌ମେଟ୍‌ରେ ନିବେଶ ହେବ ୬୬୫୦ କୋଟି ଟଙ୍କା । ସଂପ୍ରସାରଣ ହେବ ଆର୍ସେଲର୍‌ ମିତ୍ତଲ ନିପନ ଷ୍ଟିଲ୍‌ । ଏଥିରେ ନିବେଶ ହେବ ୨ ହଜାର କୋଟି ଟଙ୍କା । ସେହିଭଳି ଶ୍ୟାମ ମେଟାଲିକ୍ସ ସଂପ୍ରସାରଣରେ ୧୨୦୫ କୋଟି ଟଙ୍କା ନିବେଶ ହେବ । ବର୍ତ୍ତମାନର କୋଭିଡ୍‌ ମହାମାରୀ ପରିସ୍ଥିତିରେ ସମଗ୍ର ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଛି ।

ଏଭଳି ସମୟରେ ଶିଳ୍ପାୟନ ଅଭିବୃଦ୍ଧି ଏବଂ ନିବେଶ ପ୍ରକ୍ରିୟା ଓଡ଼ିଶା ଅର୍ଥନୀତିକୁ ସୁଦୃଢ କରିବ । ଚଳିତ ବର୍ଷ ଫେବ୍ରୁଆରି ମାସରୁ ଏପର୍ଯ୍ୟନ୍ତ ୧ ଲକ୍ଷ ୧୭ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.