ଆମ ଗ୍ରହଣରେ ଆଉ ନାହାନ୍ତି କୁଲଦୀପ ନାୟର : ମୁଖ୍ଯମନ୍ତ୍ରୀ ଜଣାଇଛନ୍ତି ଶୋକ

ଭୁବନେଶ୍ବର(କେନ୍ଯୁଜ୍) : ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ବିୟୋଗ । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତକାଲି ଦିଲ୍ଲୀରେ ଆଖି ବୁଜିଛନ୍ତି କୁଲଦୀପ ନାୟାର । ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । କୁଲଦୀପ ଥିଲେ ଏକାଧାରାରେ ଜଣେ ସାମ୍ବାଦିକ, ଲେଖକ ଓ ମାନବାଧିକାର କର୍ମୀ । ୧୫ରୁ ଅଧିକ ପୁସ୍ତକ ରଚନା କରିଥିଲେ । ଏହା ଭିତରେ ରହିଛି Beyond the lines, India After Nehru ଓ Emergency Retold ।
ନିଶ୍ଚିତ ପଢ଼ନ୍ତୁ : ବାପ ଛେଉଣ୍ଡ ହେଲା ଓଲିଉଡ୍ : ପରଲୋକରେ ଦେବୁ ଦା
ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଜୀବନବ୍ୟାପୀ ସାଧନା ପାଇଁ ୨୦୧୫ରେ ତାଙ୍କୁ ପ୍ରଦାନ କରାଯାଇଥିଲା ରାମନାଥ ଗୋଏଙ୍କା ଏକ୍ସିଲେନ୍ସ ଆଓ୍ଵାର୍ଡ । ସେହପରି କୁଲଦୀପ ନାୟାର ୧୯୯୦ରେ ବ୍ରିଟେନ୍ରେ ଭାରତୀୟ ହାଇକମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୭ରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । କୁଲଦୀପଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
My condolences on the passing away of noted journalist, former diplomat & parliamentarian #KuldeepNayyar. His commentary on contemporary politics & untiring efforts to champion freedom of expression will be missed. #RIP
— Naveen Patnaik (@Naveen_Odisha) August 23, 2018