Below header

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୧୮ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍‌) : ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମତିଥି ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କୁନ୍ତଳା କୁମାରୀ ଗ୍ରନ୍ଥାଗାର ଲୋକାର୍ପିତ । ଏହାସହ ଦୁଇଟି ଏକାଡେମିକ ବ୍ଲକ ଓ ଅନେ୍ଵଷା ଛାତ୍ରୀ ନିବାସ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନ କରିଛନ୍ତି । ଏଥିସହ ବିଶ୍ୱବିଦ୍ୟାଳୟର ନବୀକରଣ ପାଇଁ ୧୮ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । କରୋନା ପରେ ପ୍ରଥମ ଥର ପାଇଁ ପିଲାମାନଙ୍କୁ ଭେଟୁଛି । ଓଡ଼ିଶାର ପ୍ରଥମ ମହିଳା ୟୁନିଭରସିଟି ରମାଦେବୀ ବିଶ୍ୱବିଦ୍ୟାଳୟକୁ ଆସିଛି । ଏଥିପାଇଁ ବହୁତ ଖୁସି ବୋଲି ନବୀନ କହିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ରମାଦେବୀ ମହିଳା ମହାବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.