ଗାଁରେ କିଛି ଦିନ ହେବ ହେଉଥିଲା ଛେଳି ଚୋରି ! ସନ୍ଦେହ କରି ଜଗି ବସିଲେ ଗ୍ରାମବାସୀ, ଏବେ ଧରାପଡି ନିର୍ଦ୍ଧୁମ ଛେଚା ଖାଉଛନ୍ତି ଦୁଇ ଚୋର

ଭଦ୍ରକ (କେନ୍ୟୁଜ୍‌) : ନିଶାସକ୍ତ ଅବସ୍ଥାରେ ଛେଳି ଚୋରି କରିବା ପାଇଁ ବିଲରେ ପଶି ଥିବା ବେଳେ ଧରା ପଡିଗଲା ନିଶାଡୀ । ଗ୍ରାମବାସୀଙ୍କ ଦ୍ୱାରା କାବୁ ହୋଇ ଉତ୍ତମ ମଧ୍ୟମ ଖାଇ ଶେଷରେ ଥାନାରେ ହେଲେ ଅଟକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ସ୍ୱାମୀପାଟଣା ଗ୍ରାମରେ। ଏହି ଗ୍ରାମରେ ଗତ କିଛି ଦିନ ହେବ ଛେଳି ଚୋରି ହେଉଛି। ବିଲ ପାଖରେ କିଛି ବି ଜଙ୍ଗଲ ନ ଥିଲା ବେଳେ ଛେଳି ଚୋରି ହେଉଥିଲା। ଏହାକୁ ନେଇ ଗ୍ରାମବାସୀ ମାନେ ଯଗି ରହି ଥିଲା ବେଳେ ଆଜି ଦୁଇ ଜଣ ଯୁବକ ବିଲରେ ପଶି ଛେଳି ଗୋଡାଉ ଥିଲେ। ଏହାକୁ ଦେଖି ସେଠାରେ ଥିବା ଲୋକ ମାନେ ତାଙ୍କୁ ଗୋଡ଼ାଇ ଥିଲେ ଓ ପରେ ଗ୍ରାମର ଲୋକ ମାନେ ଏକଜୁଟ ହୋଇ ଯୁବକ ଦୁଇ ଜଣଙ୍କୁ ନିଶାସକ୍ତ ଅବସ୍ଥାରେ କାବୁ କରିଥିଲେ ଓ ବେଶ ଉତ୍ତମ ମଧ୍ୟମ ଦେଇଥିଲେ।

ତେବେ ଯୁବକ ଦୁଇ ଜଣଙ୍କ ପକେଟରୁ ବ୍ରାଉନ ସୁଗାର ପୁଡିଆ ଓ ଗଂଜେଇ ଥିବା ଲୋକେ ଗ୍ରାମବାସୀ ଦେଖି ତୁରନ୍ତ ଥାନାରେ ଜିମା ଦେଇଥିଲେ। ଏହି ଯୁବକ ଦୁଇ ଜଣ ଏବେବି ନିଶା ଶକ୍ତ ଅବସ୍ଥାରେ ଅଛନ୍ତି। ପୁଲିସ ସେମାନଙ୍କୁ ଅଟକ ରଖି ଛେଳି ଚୋରି ସମ୍ପର୍କରେ ପଚରା ଉଚରା କରୁଛି। ଏହି ଦୁଇ ଜଣଙ୍କ ଘର କଲ୍ୟାଣୀ ନଗରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.