Below header

ଗୋପ : ଲୋକଟିର ହାବଭାବ ସନ୍ଦେହଜନକ ଥିଲା, ଗାଁ ଲୋକେ ଧରି ପୋଲିସ୍‌କୁ ଦେଲେ

ଗୋପ (କେ ନ୍ୟୁଜ୍‌) : ସନ୍ଦେହଜନକ ଭାବେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ୍‌ ହାତରେ ଦେଲେ ଗ୍ରାମବାସୀ । ଆଜି ସନ୍ଧ୍ୟା ସମୟରେ ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ସେନାପତି ସାହିରେ ଏହି ବ୍ୟକ୍ତି ଜଣକ ବୁଲୁଥିଲା । ସ୍ଥାନୀୟ ଗ୍ରାମବାସୀମାନେ ତାକୁ ଅଟକ ରଖି ପଚରା ଉଚରା କରିଥିଲେ । ତେବେ ଲୋକଟି ଠିକ୍‌ ଭାବେ କିଛି ଉତ୍ତର ନଦେଇ ପାରିବାରୁ ଗାଁ ଲୋକେ ଗୋପ ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଗୋପ ପୋଲିସ ପହଂଚି ବ୍ୟକ୍ତି ଜଣକୁ ଉଦ୍ଧାର କରିବା ସହିତ ପଚରା ଉଚୁରା ଜାରି ରଖିଛି। ଲୋକେ ତାକୁ ପିଲା ଚୋର ବୋଲି ସନ୍ଦେହ କରିୁଛନ୍ତି ।

ଏବେ ବେଳକାଳ ଯାହା ବିଭିନ୍ନ ଜାଗାରେ ପିଲା ଚୋର ମାତିଛନ୍ତି । ତେଣୁ ଲୋକଙ୍କର ସନ୍ଦେହ ହେବା ସ୍ୱାଭାବିକ ବୋଲି ଗାଁ ଲୋକେ କହିଛନ୍ତି । ତେବେ ଲୋକଟି ଠାରୁ ପୋଲିସ୍‌ ସତ ଓଗାଳିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.