Below header

ପିଚୁ ମେସିନ୍‌ରେ ଗଲା ଶ୍ରମିକଙ୍କ ପ୍ରାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପିଚୁ ମେସିନ୍‌ରେ ପଶିଗଲା ଦେହକୁ ଶୀତରୁ ରକ୍ଷା କରୁଥିବା ଚାଦର । ଆଉ ସେଥିରେ ପେଶି ହୋଇଗଲେ ଜଣେ ଶ୍ରମିକ । ଏଇ ଘଟଣା ଗତକାଲି ରାତିରେ ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନସ୍ଥ ବ୍ରହ୍ମେଶ୍ୱରପାଟଣା ଠାରେ । ଏଠାରେ ଥିବା ଏକ ଗ୍ୟାସ ଗୋଦାମ ନିକଟରେ ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି । ଶ୍ରମିକ ଜଣକ ଘୋଡାଇ ହୋଇଥିବା ଚାଦରଟ ପିଚୁ ମେସିନ୍‌ରେ ପଶି ଯାଇଥିଲା । ଫଳରେ ମେସିନ୍‌ ବ୍ଲେଡ୍‌ରେ ତାର ମୁଣ୍ଡ ଗଣ୍ଡି ଅଲଗା ହୋଇଗଲା । ପରେ ଖବର ପାଇ ବଡ଼ଗଡ଼ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇଛି ।

BBSR DEATH-1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.