୭୨ ଘଣ୍ଟାରେ ମିଳିବ ଜମିପଟ୍ଟା, ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

କଟକ(କେନ୍ଯୁଜ୍) : ଏଣିକି ୭୨ ଘଣ୍ଟାରେ ମିଳିବ ଜମିପଟ୍ଟା । ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗ ଏହି ନିର୍ଦ୍ଦେଶ ଦେଇଛି । ସିଙ୍ଗଲ ଓନର ଟ୍ରାନ୍ସଫର କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ଅନ୍ୟଥା ୯୦ଦିନରେ ଜମିପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଫ୍ଟେଓ୍ଵୟାରରେ ଆବଶ୍ୟକୀୟ ବ୍ୟବସ୍ଥା ପାଇଁ ଏନଆଇସିକୁ ନିର୍ଦ୍ଦେଶ ଦିଆଯାଇଛି । ଜମି ବିକ୍ରେତା ଠକାମୀ କଲେ ମାମଲା ରୁଜୁ ହେବ । ତହସିଲଦାରଙ୍କ ପକ୍ଷରୁ ଏହି ମାମଲା ହେବ ।