ସୋଏବ ଦେଲେ ସାନିଆଙ୍କୁ ଜନ୍ମଦିନର ଉପହାର, ପତ୍ନୀ ଏବଂ ପୁଅ ପାଇଁ ନେଲେ ନିଜ ଜୀବନର ବଡ଼ ନିଷ୍ପତ୍ତି

ମୁମ୍ବାଇ : ପାକିସ୍ତାନରେ ଷ୍ଟାର କ୍ରିକେଟର ସୋଏବ ମଲ୍ଲିକ ଆଉ ଟି୨୦ ଖେଳରେ ନଜର ଆସିବେ ନାହିଁ। କିଛି ଖାସ କାରଣରୁ ସେ ଟି-୨୦ରେ ଭାଗ ନେବାକୁ ମନା କରିଛନ୍ତି। ଆଜି ସୋଏବଙ୍କ ପତ୍ନୀ ତଥା ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କ ୩୨ତମ ଜନ୍ମଦିନ ହୋଇଥିବା ବେଳେ ଗତକାଲି ଭାବୁକ ହୋଇ ନିଜ ଜୀବନର ଏକ ବଡ଼ ଘୋଷଣା କରିଛନ୍ତି ସୋଏବ। ଆଜ୍ଞା ହଁ , ସୋଏବ ନିଜର ସମସ୍ତ ସମୟ ପତ୍ନୀ ଏବଂ ପୁଅ ସହ ବିତାଇବା ପାଇଁ ଆଗାମୀ ଟି-୨୦ରେ ପଞ୍ଜାବଲେଜାଣ୍ଟ ତରଫରୁ ଖେଳିବେ ନାହିଁ ବୋଲି କହିଛନ୍ତି।

sania-mirza

ସୋଏବ ଏହା ବିଷୟରେ ସୋସିଆଲ ମିଡ଼ିଆରେ ଶେୟାର କରିବା ସହ ଲେଖିଛନ୍ତି, ମୁଁ ଏକ ମିକ୍ସ ଫିଲିଂ ସହ କହିବାକୁ ଚାହିଁବି , ଆଗାମୀ ଟି-୨୦ରେ ମୁଁ ପଞ୍ଜାବଲେଜାଣ୍ଟ ତରଫରୁ ଖେଳିପାରିବି ନାହିଁ। କାରଣ ମୁଁ ମୋର ସମସ୍ତ ସମୟ ପରିବାର ସହ ବିତାଇବାକୁ ଚାହିଁବି। ଏହା ମୋ ପାଇଁ ବହୁତ କଷ୍ଠ ଥିଲା। କିନ୍ତୁ ଏସବୁ ମୋ ପତ୍ନୀ  ଏବଂ ପୁଅ ସାମ୍ନାରେ କିଛି ନୁହଁ। ଆଶା କରୁଛି ଆପଣମାନେ ବୁଝିପାରିବେ।

୨୦୧୦ ମସିହା ୧୨ ଏପ୍ରିଲରେ ଟେନିସ ଷ୍ଟାର ସାନିଆ ଏବଂ ସୋଏବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଗତ ୨୯ ଅକ୍ଟବରରେ ସେମାନେ ଗୋଟିଏ ଶିଶୁ ପୁତ୍ରର ପିତାମାତା ହୋଇଛନ୍ତି। ଏଣୁ ସେ ତାଙ୍କର ସମସ୍ତ ସମୟ ପତ୍ନୀ ଏବଂ ପୁଅ ସହ ବିତାଇବାକୁ ଚାହୁଁଛନ୍ତି।

ଆଜି ସାନିଆଙ୍କ ୩୨ତମ ଜନ୍ମଦିବସ ହୋଇଥିବା ବେଳେ ସ୍ବାମୀ ସୋଏବ ଏବଂ ଭଉଣୀ ଅନମ ମିର୍ଜା ରାତିରେ ବହୁତ ମସ୍ତି କରିବା ସହ ବହୁତ ଧୁମଧାମରେ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ସେ ଏହି ସମୟରେ କେକ୍ କାଟୁଥିବାର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.