Below header

ବିଜେପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ଆସନ୍ତା ୨୧ରେ ଭୋଟର ବାଛିବେ ନେତା

ବରଗଡ(କେନ୍ୟୁଜ୍):  ବିଜେପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଆଜି ଶେଷ ଦିନରେ ହାଇଭୋଲଟେଜ ପ୍ରଚାର ଦେଖିବାକୁ ମିଳିଛି । ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ଦଳର ଛାମୁଆ ନେତା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ରୋଡ ସୋ ଓ ଡୋର ଟୁ ଡୋର୍‌ କ୍ୟାମ୍ପେନ କରି ଭୋଟ ମାଗିଛନ୍ତି । ଗତ ଦୁଇ ଦିନ ରୀତାଙ୍କ ପାଇଁ ଭୋଟ୍‌ ମାଗିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଦଳର ହେଭିେଓ୍ଵଟ ନେତା ପ୍ରଚାର କରିଛନ୍ତି। ଗାଁରୁ ଗାଁ, ଘରକୁ ଘରକୁ ବୁଲିଛନ୍ତି ନେତା ଓ କର୍ମୀ। କେନ୍ଦ୍ର ସରକାରଙ୍କ ବିକାଶ ଧାରାକୁ ଆଧାର କରି ସନତ ଗଡ଼ତିଆ ଭୋଟ ମାଗିଛନ୍ତି।  କଂଗ୍ରେସ ବି ଶେଷ ଦିନରେ ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଆପ୍ରାଣ ଉଦ୍ୟମ କରିଛି। ସ୍ଥାନୀୟ ସମସ୍ୟା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଇଛି କଂଗ୍ରେସ। ଆସନ୍ତା ୨୧ ତାରିଖରେ ମତଦାନ ହେବ । ୨୪ ତାରିଖରେ ଗଣତି ପରେ ବାହାରିବ ରେଜଲ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.