Below header

ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ କାର୍ଯ୍ୟ

ପୂରୀ (କେନ୍ୟୁଜ୍) : ଦିନକ ପରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ତିନି ରଥରେ କନା ପକାଇବା କାର୍ଯ୍ୟ ଶେଷ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ରଥ କନା ପକାଯାଇଥିଲା। ଏଥିସହ ରଥର ଅବଶିଷ୍ଟ ଉପରିଭାଗ କାର୍ଯ୍ୟ ମଧ୍ୟ ପ୍ରାୟତଃ ଶେଷ ହୋଇଛି । ଓଲଟ ଶୁଆ, ଖପୁରୀ, କଳସ, କନକମୁଣ୍ଡି ଆଦି ଭୋଇସେବକଙ୍କ ସହାୟତାରେ ରଥରେ ଖଞ୍ଜା ଯାଇଛି । ଏଥିସହ ତିନି ରଥ ପାଇଁ ରଥ ଦଉଡ଼ି ପ୍ରସ୍ତୁତ କରାଯାଇଛି। ଗତକାଲି ବର୍ଷା ସତ୍ତ୍ୱେ ୩ ରଥର ୧୨ଟି ଦୁଆର ଘୋଡ଼ା ଉଠାଯାଇଥିଲା । ବିଶ୍ୱକର୍ମା ମହାରଣାମାନେ ମହାପ୍ରଭୁ ଅବସ୍ଥାନ କରିବାକୁ ଥିବା ପ୍ରଭା କାମକୁ ଶେଷ କରଛନ୍ତି। ଅନ୍ୟପଟେ ରଥ ମୁଖ୍ୟ ଅଂଶ ବ୍ରେକ୍କୁ ପ୍ରସ୍ତୁତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.