ବିଧାନସଭା ଶୂନ୍ୟକାଳରେ ଉଠିଲା ଆଦିବାସୀ ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ପ୍ରସଙ୍ଗ

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭା ଶୂନ୍ୟକାଳରେ ଉଠିଲା ଆଦିବାସୀ ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ପ୍ରସଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ରାଜଧାନୀ ଭୁବନେଶ୍ୱରରେ ଥିବା ଆଦିବାସୀ ହଷ୍ଟେଲରେ ପ୍ରଥମେ ଚାରିଜଣ ଛାତ୍ରୀ ଗର୍ଭବତୀ ହେବା ନେଇ ରିପୋର୍ଟ ଆସିଥିଲା। ପରବର୍ତ୍ତୀ ସମୟରେ ଏହା ନେଗେଟିଭ କେମିତି ହୋଇଗଲା ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଘଟଣାକୁ ଚାପିବାକୁ ଉଦ୍ୟମ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ବିବୃତିି ଦାବିରେ ଗୃହରେ ହଟଗୋଳ କରିଥିଲେ କଂଗ୍ରେସ ବିଧାୟକ। ୧୦ ମିନିଟ୍ ପାଇଁ ଗୃହ ମୁଲତବୀ ରହିଥିଲା। ବିଭାଗୀୟ ମନ୍ତ୍ରୀ ଘଟଣା ସମ୍ପର୍କରେ ବିବୃତ୍ତି ଦେବା ପାଇଁ ବାଚସ୍ପତି ରୁଲିଂ ଦେବା ପରେ ଗୃହ ସ୍ୱାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.