ହିମେଶ ରେଶମିୟାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ବଲିଉଡର ଲୋକପ୍ରିୟ ଗାୟକ, ସଙ୍ଗୀତଜ୍ଞ ତଥା ଅଭିନେତା ହିମେଶ ରେଶମିୟାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ମୁମ୍ବାଇ-ପୁଣେ ଏକ୍ସପ୍ରେସରେ ଘଟିଛି। ଇଣ୍ଟରଟେନମେଣ୍ଟ ପୋର୍ଟାଲ ସ୍ପଟବୟର ଖବର ଅନୁସାରେ, ଏଥିରେ ହିମେଶଙ୍କ ଡ୍ରାଇଭର ବିହାରର ରାମ ରଞ୍ଜନ ଗୁରୁତର ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା କିପରି ଘଟିଲା ଏବଂ ହିମେଶଙ୍କ ଅବସ୍ଥା କିଭଳି ରହିଛି, ସେ ନେଇ କିଛି ଜଣାପଡ଼ିନାହିଁ।

ବର୍ତ୍ତମାନ ହିମେଶ ସୋନି ଚ୍ୟାନେଲରେ ପ୍ରସାରିତ ରିୟାଲିଟି ଶୋ ‘ସୁପର ଷ୍ଟାର ସିଙ୍ଗର’କୁ ଜଜ୍ କରୁଛନ୍ତି। ତାଙ୍କ ସହିତ ଅଲକା ୟାଗ୍ନିକ୍ ଓ ଜାଭେଦ୍ ଅଲ୍ଲୀ ମଧ୍ୟ ଶୋର ଜଜ୍ ଅଛନ୍ତି। ଏହାପୂର୍ବରୁ ହିମେଶ ‘ସାରେଗାମାପା ଲିଟିଲ୍ ଚାମ୍ପସ’ ଏବଂ ‘ଦ ଭଏସ୍ ଅଫ୍ ଇଣ୍ଡିଆ କିଡ୍ସ’ର ଜଜ୍ ରହିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.