Below header

ନିରବତା ଭାଙ୍ଗିଲେ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ, କହିଲେ ସୁଯୋଗ ମିଳିଲେ ବ୍ରଜରାଜନଗର ନିର୍ବାଚନ ଲଢିବି

ହାଇକମାଣ୍ଡ ଚାହିଁଲେ ପ୍ରାର୍ଥୀ ହେବି । ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି । ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରଠୁ ଖାଲି ପଡିଛି ବ୍ରଜରାଜନଗର ଆସନ । ଦୀର୍ଘ ୩ ମାସ ହେବ ଏହି ଆସନ ଖାଲି ପଡିଥିବା ବେଳେ କେବେ ହେବ ଉପନିର୍ବାଚନ ତାକୁ ନେଇ ଚର୍ଚ୍ଚା ଧରିଛି ।

ହେଲେ ହାଇକମାଣ୍ଡ ଚାହିଁଲେ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇ ଲୋକଙ୍କ ସେବା କରିବାକୁ ଅଗେଇ ଆସିବି ବୋଲି କହିଛନ୍ତି କିଶୋରଙ୍କ ପତ୍ନୀ ଅଳକା ମହାନ୍ତି । ପୌର ନିର୍ବାଚନରେ ଭୋଟ ଦେବାକୁ ଆସିଥିବା ବେଳେ ସେ ଏହା କହିଛନ୍ତି । ଝାରସୁଗୁଡାର ଉନ୍ନତି ପାଇଁ ମୋ ସ୍ୱାମୀ ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ତାଙ୍କ ଆକସ୍ମିକ ବିୟୋଗ ହେତୁ ତାଙ୍କ ସ୍ୱପ୍ନ ସବୁ ଅଧୁରା ରହି ଯାଇଛି । ଅଳକାଙ୍କ ଏହି ପ୍ରତିକ୍ରିୟା ପରେ କିଶୋର ମହାନ୍ତିଙ୍କ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.