Below header

କରଞ୍ଜିଆ ଖଣ୍ଡବନ୍ଧ ପୁରୁଣାପଶି ଗାଁରେ ପଶିଲା ଭାଲୁ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ

କରଞ୍ଜିଆ(କେନ୍ୟୁଜ୍): ଗାଁ ଭିତରେ ଭାଲୁ । କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଖଣ୍ଡବନ୍ଧ ପୁରୁଣାପଶି ଗାଁରେ ପଶିଛି ଭାଲୁ । ଭାଲୁକୁ ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କୌଣସି କାରଣରୁ ଭାଲୁଟି ଆହତ ହୋଇ ଗାଁ ଭିତରକୁ ଚାଲି ଆସିଛି ।

ଭାଲୁଟି ଗାଁ ଭିତରକୁ ଆସିବା ପରେ ସ୍ଥାନୀୟ ଲୋକେ ଭାଲୁଟିକୁ ଟେକା ପଥର ମାରୁଥିବା ବେଳେ ଭାଲୁଟି ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡୁଥିବା ଜଣାପଡିଛି । ଏନେଇ ଠାକୁରମୁଣତଡ ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନିଆଯାଇଛି । ଭାଲୁ ଥିବା ଜଙ୍ଗଲରେ ବନ ବିଭାଗ କର୍ମଚାରୀ ମୂତୟନ ହୋଇଛନ୍ତି ଓ ଆଜି ଭାଲୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.