Below header

ସ୍ୱର୍ଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ କରୋନାରେ ପରଲୋକ

କେନ୍ୟଜ୍(ବ୍ୟୁରୋ): ପିପିଲିକି ପଡିଛି ବିପଦ । ଗୋଟିଏ ପରେ ଗୋଟିଏ ଟାଣୁଆ ଲୋକଙ୍କ ମୁଣ୍ଡ ନେଉଛି ମହାମାରୀ  କରୋନା । ସ୍ୱର୍ଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଭାଇ ଓ ଉପନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଦାଦା ପ୍ରଣୟ କୁମାର ମହାରଥୀ (ବଦୁ)ଙ୍କ କରୋନାରେ ପରଲୋକ। ମେ’୧୦ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଭୋର ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ଗତବର୍ଷ  ଅକ୍ଟୋବର ୩ ତାରିଖରେ ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା।  ଠିକ ଗୋଟିଏ ବର୍ଷ ପୁରିନାହିଁ ସେହି କରୋନାରେ ତାଙ୍କ ଭାଇ କରୋନା ଆକ୍ରାନ୍ତ ହୋଇ ଦେହତ୍ୟାଗ କରିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.