କରୋନା କାଳରେ ହଳଦୀ ସମାରୋହ ପାଇଁ ବର କଲା ଅଜବ ଯୁଗାଡ, ଭାଇରଲ ହେଲା ଭିଡିଓ

ବର୍ତ୍ତମାନ କରୋନା ଭାଇରସର ସଂକ୍ରମଣ କୁ ରୋକିବା ପାଇଁ ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କ ସମାବେଶ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହିତ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ ଓ ସାନିଟାଇଜରର ବ୍ୟବହାର ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । କିନ୍ତୁ ଏହି କରୋନା ଯୁଗରେ ସାରା ଦେଶରେ ବିବାହ ସମୟରେ କୋଭିଡର କେତୋଟି ନିୟମ ଜାରି କରାଯାଇଥିବା ବେଳେ ଏହାକୁ ବେଖାତିର କରାଯାଉଛି । ତେବେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ହଳଦୀ ସମାରୋହ ସମୟରେ କୋଭିଡର ନିୟମକୁ ଏପରି ଭାବରେ ପାଳନ କରାଯାଇଛି ଯେ ଯାହାକୁ ଦେଖିଲା ପରେ ଆପଣଙ୍କୁ ନିଶ୍ଚିତ ମଜାଦାର ଲାଗିବ । ଏହି ଭାଇରାଲ ଭିଡିଓକୁ ୨୦,୦୦୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।

ବିବାହ ପୂର୍ବରୁ ବର ଏବଂ କନ୍ୟାଙ୍କ ଦେହରେ ହଳଦୀ ଲଗାଇବାର ରୀତିନୀତି ରହିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କୋଭିଡି ସଂକ୍ରମଣକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ । କିନ୍ତୁ ହଳଦୀ ସମାରୋହରେ ଏପରି କରିବା ସମ୍ଭବ ନୁହେଁ । ତଥାପି ଜଣେ ବ୍ୟକ୍ତି ନିଜର ବୁଦ୍ଧି ବଳରେ ଏହି ସମାରୋହରେ ଏପରି ପଦ୍ଧତିକୁ ବ୍ୟବାହର କଲେ ଯେ ଯାହାକୁ ଦେଖିଲା ପରେ ଆଶ୍ଚଯ୍ୟ ହୋଇଯିବେ ।

ଏହି ବ୍ୟକ୍ତି ବିବାହ ପ୍ରଥାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ଅଜବ ପ୍ରକାର କାମ କରିଥିଲେ । ବର ଏକ ବାଡ଼ିରେ କପଡା ବାନ୍ଧି ସେଥିରେ ହଳଦୀ ଲଗାଇଲେ | ଏବଂ ତାପରେ ସେହି ବାଡ଼ି ସାହାଯ୍ୟରେ ସମସ୍ତେ ବରକୁ ହଳଦୀ ଲଗାଇ ଏହି ନୀତିକୁ ଶେଷ କରିଥିଲେ । ଏହି ଭିଡିଓକୁ ଆଇପିଏସ ଅଧିକାରୀ ଭୀଷ୍ମ ସିଂ ଟୁଇଟରରେ ସେୟାର କରିଛନ୍ତି | ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.