ସବୁଠାରୁ ଅଧିକ ପଇସା ଆୟ କରୁଥିବା କୋଚ୍ ରବି ଶାସ୍ତ୍ରୀ, ଜାଣନ୍ତୁ କେତେ ରହିଛି ଦରମା ଏବଂ ସମ୍ପତ୍ତି

ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ଖେଳାଳି ତଥା ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀ କ୍ରିକେଟର ମଇଦାନରେ ସବାବେଳେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। କ୍ରିକେଟର, କୋଚ୍, ଟିମ୍ ମ୍ୟାନେଜର ଭାବେ ସେ ସବୁଠୁ ନିଜର ପ୍ରଭାବ ଦେଖାଇଥାନ୍ତି ରବି ଶାସ୍ତ୍ରୀ। ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟର ବହୁ ଐତିହାସିକ ମୂହୁର୍ତ୍ତର ଅଂଶ ବିଶେଷ ରହିଛନ୍ତି।

ଶାସ୍ତ୍ରୀଙ୍କୁ ବିସିସିଆଇ ବାର୍ଷିକ ୯.୫ କୋଟିରୁ ୧୦ କୋଟି ଦରମା ଦେଇଥାଏ। ବିଶ୍ବ କ୍ରିକେଟର ସବୁଠୁ ଦାମୀ କ୍ରିକେଟ୍ କୋଚ୍ ହେଉଛନ୍ତି ରବି ଶାସ୍ତ୍ରୀ। ଏଥିସହିତ ରବି ଶାସ୍ତ୍ରୀଙ୍କ ନିକଟରେ ବହୁ ନାମୀଦାମୀ ଗାଡ଼ି ମଧ୍ୟ ରହିଛି। ରବି ଶାସ୍ତ୍ରୀଙ୍କ ମୋଟ ସମ୍ପତ୍ତି ପାଖାପାଖି ୫୮ କୋଟି ବୋଲି ସୂଚନା ରହିଛି।

ସୂଚନାଯୋଗ୍ଯ, ୨୦୦୭ ମସିହାରେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ହେବା ସହ କମେଣ୍ଟ୍ରି ଦାୟିତ୍ବରୁ ଦୂରେଇ ରହିଥିଲେ। ପରେ ୨୦୧୪-୧୬ ପର୍ଯ୍ୟନ୍ତ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ଡାଇରେକ୍ଟର ମଧ୍ୟ ଥିଲେ। ପରେ ୨୦୧୭ ମସିହା ପରଠୁ ସେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ବ ତୁଲାଉଛନ୍ତି।

ରବି ଶାସ୍ତ୍ରୀଙ୍କ କୋଚିଂରେ ଟିମ୍ ଇଣ୍ଡିଆ ୨୦୧୯ ବିଶ୍ବକପ୍ ସେମି ଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚିଥିଲା। ରବି ଶାସ୍ତ୍ରୀଙ୍କ କୋଚ୍ ଥିବା ବେଳେ ଟିମ୍ ଇଣ୍ଡିଆ ଟେଷ୍ଟ କ୍ରିକେଟରେ ଦବଦବା ଜାରି ରଖିଛି। ସେହିପରି ଶାସ୍ତ୍ରୀଙ୍କ କୋଚିଂରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତିଛି। ଏଥିସହିତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜରେ ସିରିଜ ଜିତିଛି ଟିମ୍ ଇଣ୍ଡିଆ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.