ରବିବାର ଦିନ କରନ୍ତୁ ଏହିସବୁ ଉପାୟ, ମିଳିବ ସୂର୍ଯ୍ଯଦେବଙ୍କ ସ୍ବତନ୍ତ୍ର କୃପା

ହିନ୍ଦୁ ଧର୍ମରେ ରବିବାର ଦିନଟି ସୂର୍ଯ୍ଯଦେବଙ୍କୁ ସମର୍ପିତ। ଏହି ଦିନରେ ସୂର୍ଯ୍ଯ ଭଗବାନଙ୍କୁ ପୂଜା କରାଯାଏ। ସୂର୍ଯ୍ଯଙ୍କୁ ବେଦରେ ଜଗତର ଆତ୍ମା କୁହାଯାଇଛି। ସୂର୍ଯ୍ଯ ହିଁ ଏହି ଜଗତର ସର୍ବମାନ୍ଯ ସତ୍ଯ। ବୈଦିକ କାଳରେ ଆର୍ଯ୍ଯ ସୂର୍ଯ୍ଯଙ୍କୁ ହିଁ ସାରା ଜଗତରେ କର୍ତ୍ତାଧର୍ତ୍ତା ବୋଲି କୁହାଯାଉଥିଲା। ସୂର୍ଯ୍ଯଦେବଙ୍କ ଉପାସନା କରିବ ରୋଗରୁ ମୁକ୍ତି ପାଇପାରୁଥିଲା ମନୁଷ୍ଯ। ତେବେ ଆସନ୍ତୁ ଜାଣିବା, ସୂର୍ଯ୍ଯଦେବଙ୍କ ସହିତ ଜଡିତ କିଛି ଉପାୟ…

ରବିବାର ଦିନ ଭଗବାନ ସୂର୍ଯ୍ଯଙ୍କୁ ତମ୍ବା ଢାଳରେ ଜଳ, ଚାଉଳ, ଫୁଲ ପକାଇ ଅର୍ଘ୍ଯ ଦେବା ଉଚିତ।

ରବିବାର ଦିନ ଲାଲ ଏବଂ ହଳଦିଆ ରଙ୍ଗର କପଡା, ଗୁଡ, ଲାଲ ଚନ୍ଦନ ବବ୍ଯହାର କରିବା ଉଚିତ।

ଏହି ଦିନ ସୂର୍ଯ୍ଯଦେବଙ୍କ ପାଇଁ ବ୍ରତ ରଖିବା ଉଚିତ ଏବଂ ଫଳ ଆହାର କରିବା ଉଚିତ।

ରବିବାର ଦିନ ସୂର୍ଯ୍ଯ ଅସ୍ତ ପୂର୍ବରୁ ଲୁଣ ଖାଇବା ଉଚିତ ନୁହେଁ।

surya puja

ରବିବାର ଦିନ ଘରର ସମସ୍ତ ସଦସ୍ଯଙ୍କ ମଥାରେ ଚନ୍ଦନ, ତିଳକ ଲଗାନ୍ତୁ।

ରବିବାର ଦିନ ପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ଯ କରିବା ଉଚିତ ନୁହେଁ।

ଉତ୍ତର ପୂର୍ବ ଦିଗ ଈଶ୍ବାନ କୋଣ ନାମରେ ଜଣାଶୁଣା। ଏହି ଦିଗରେ ଆଧିପତ୍ଯ ସୂର୍ଯ୍ଯଦେବଙ୍କ ପାଖରେ ରହିଛି। ଏହି ଦିଗରେ ବୁଦ୍ଧି ଓ ବିବେକ ଜନିତ କାର୍ଯ୍ଯ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.