Below header

ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୯ ହଜାର ୫୪୧ ପଜିଟିଭ୍‌ ଚିହ୍ନଟ,୩୩ ଜଣଙ୍କ ଜୀବନ ନେଲ କରୋନା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୯ ହଜାର ୫୪୧ ପଜିଟିଭ୍‌ ଚିହ୍ନଟ। ଗତ ୩ ଦିନ ହେବ ସଂକ୍ରମଣ ପାଖାପାଖି ୭ ହଜାର ରହୁଥିବାବେଳେ ଆଜି ପୁଣି ବଢିଛି। ଆଉ ୩୩ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨ ଆକ୍ରାନ୍ତ ହୋଇଛନ୍ତି। ଦ୍ୱିତୀୟ ସର୍ବାଧିକ କଟକରୁ ୭୧୬ ପଜିଟିଭ୍‌ ରହିଛି। ଗତ ୨୪ ଘଣ୍ଟାରେ ୬୬ ହଜାର ୫୭ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌ ବାହାରିଛନ୍ତି ୯ ହଜାର ୫୪୧ ।

ଆଜି ପଜିଟିଭିଟି ହାର ରହିଛି ୧୪.୪୪ ପ୍ରତିଶତ। ଗତକାଲି ଥିଲା ୧୪.୭୭ ପ୍ରତିଶତ। ମୟୂରଭଞ୍ଜରୁ ୬୯୫, ସୁନ୍ଦରଗଡ଼ରୁ ୫୯୫ ଓ ଅନୁଗୁଳରୁ ୫୬୨ ନୂଆ କେସ୍‌ ଆସିଛି। ୩ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ମୋଟ ଆକ୍‌ଟିଭ୍‌ କେସ୍‌ ରହିଛି ୯୫ହଜାର ୨୬୬। ମୋଟ ମୃତ୍ୟୁସଂଖ୍ୟା ୨୭୧୯ କୁ ବୃଦ୍ଧି ପାଇଛି। ରେଡ୍‌ ଜୋନ୍‌ରେ ରହିଛି ୨୪ ଜିଲ୍ଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.