Below header

ମୟୁରଭଞ୍ଜ: ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଦୁଧିଆଣି ଗ୍ରାମପଞ୍ଚାୟତ ବଡ଼ ବାରହାକାମୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏହି ଗ୍ରାମର ଜନୈକ ପ୍ରସୂତି ମହିଳାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଗ୍ରାମରୁ ତିନି କିଲମିଟର ନଦୀନାଳ ,ଏବଂ ଏକ ଘଞ୍ଚଜଙ୍ଗଲ ରାସ୍ତା ଅତିକ୍ରମ କରି  ଖଟିଆରେ ବୁହାଯାଇଥିଲା। ଖଟିଆରେ ହାତୀବାରି ଗ୍ରାମକୁ ଆଣିବା ପରେ ଏକ ଘରଇ ଗାଡିରେ ତାଟ ଗୋଷ୍ଠିସ୍ୱାସ୍ଥ୍ୟ  କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା ।

ତେବେ ସେଠାରେ ତାଙ୍କ  ସ୍ବାସ୍ଥ୍ୟାବସ୍ଥା  ସ୍ଥିର ଥିବା ଜଣାପଡିଛି ।ବର୍ତ୍ତମାନ ହାତୀବାରି ଠାରେ ଦେଓନଦୀ ବନ୍ଧ କାର୍ଯ୍ୟ  ଶେଷପର୍ଯ୍ୟାୟରେ ଥିବାବେଳେ ବର୍ତ୍ତମାନ ଦେଓନଦୀବନ୍ଧରେ ଅସ୍ଥାୟୀ  ଭାବେ କିଛି ପାଣି ରଖିଥିଲା ପ୍ରଶାସନ । ହେଲେ ବାତ୍ୟା ୟସ ପ୍ରଭାବ ଯୋଗୁଁ ପ୍ରବଳ ବର୍ଷାହେବା ଫଳରେ  ବର୍ତ୍ତମାନ ଦେଓ ନଦୀବନ୍ଧରେ ପାଣି ଭରି ଉପରେ ମୁଣ୍ଡରେ ଥିବା ଗାଁ ରାସ୍ତା ଜଳମଗ୍ନ  ହଇଯାଇଛି ।ଯାହା ଫଳରେ ଗାଁକୁ ରାସ୍ତା ନଥିବାରୁ ପ୍ରସୂତିଙ୍କୁ ତିନି କିଲମିଟର ଖଟିଆରେ ବୋହି ଆଣିଥିଲେ ଗ୍ରାମବାସୀ । ତେବେ ଏହି ଭିଡିଓ ୩ ଦିନ ତଳର ବୋଲି ଜଣା ପଡିଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.