ମୋଦିଙ୍କ ବଡ ଘୋଷଣା, ଘରର ମୁଖିଆ କରୋନାରେ ଆଖି ବୁଜିଲେ ମିଳିବ ଫ୍ଯାମିଲ ପେନସନ

ବିଜେପି ସରକାରର ୭ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅନେକ ବଡ଼ ଘୋଷଣା କରିଛନ୍ତି। କୋଭିଡ-୧୯ ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଅସ୍ତବ୍ୟସ୍ତ କରି ରଖିଛି। ଯଦି କରୋନାରେ କୌଣସି ପରିବାରର ରୋଜଗାର କରୁଥିବା ମୁଖ୍ଯ ଲୋକଙ୍କ ପରଲୋକ ହୁଏ ତେବେ ସେହି ପରିବାରକୁ ସରକାରଙ୍କ ତରଫରୁ ଫ୍ୟାମିଲି ପେନସନ୍ ଦେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

କେବଳ ଏତିକି ନୁହେଁ ଆଶ୍ରିତଙ୍କ ଲାଗି ପେନସନ ବ୍ୟତୀତ କୋଭିଡ-୧୯ ପ୍ରଭାବିତ ପରିବାରଙ୍କ ଲାଗି ତାଙ୍କ ସରକାର ବୀମା କ୍ଷତିପୂରଣ ମଧ୍ୟ ସୁନିଶ୍ଚିତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏପରି ପରିବାରଙ୍କ ଆର୍ଥିକ ସମସ୍ୟା କମ୍ କରିବା ଲାଗି ସରକାର ସବୁମନ୍ତେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।

ଏଥିରେ ଘରର ମୁଖ୍ୟ ଆୟକାରୀଙ୍କ ମୃତ୍ୟୁରେ ପାରିବାରିକ ପେନସନ୍ ଯେପରି ତାଙ୍କ ମୋଟ ଆୟର ୯୦ ପ୍ରତିଶତ ମିଳିପାରିବ ସେଥିପାଇଁ ତାଙ୍କ ସରକାରଙ୍କ ପ୍ରଚେଷ୍ଟା ଜାରି ରହିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଲାଭ ଗତବର୍ଷ ୨୪ ମାର୍ଚ୍ଚରୁ ଲାଗୁ ହୋଇ ୨୦୨୨ ୨୪ ମାର୍ଚ୍ଚ ପର୍ଯ୍ଯନ୍ତ ସବୁ ମାମଲା ସାମିଲ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.