Below header

ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ହେଇ ପାରନ୍ତି ଲେଖାଶ୍ରୀ

ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ହେଇ ପାରନ୍ତି ଲେଖାଶ୍ରୀ । କିଛି ସମୟ ପୂର୍ବରୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ହେଇ ପାରନ୍ତି ଲେଖାଶ୍ରୀ । କିଛି ସମୟ ପୂର୍ବରୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଏହାପରେ ନବୀନ ନବାସ ଯାଇ ଦଳ ସୁପ୍ରିମୋ ଓ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିଛନ୍ତି  l ଏହା ପରେ ବାଲେଶ୍ୱର ଲୋକସଭା ପାଇଁ ତାଙ୍କ ଚର୍ଚ୍ଚା କୁ ଆସିଛି  l ଏଯାଏ ବିଜେଡି ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ।

ପୂର୍ବରୁ ୨୦ ଲୋକସଭା ଆସନ ଘୋଷଣା ସରିଥିବା ବେଳେ ବାକି ରହିଛି ବାଲେଶ୍ୱର  l ତେଣୁ ପୁରୁଣା ନା ନୂଆ ମୁହଁ ଦେଖିବାକୁ ମିଳିବ ତାକୁ ନେଇ ଲାଗି ରହିଥିଲା ସସସ୍ପେନ୍ସ ? ଆସ୍କାରୁ ରଞ୍ଜିତା ସାହୁ, କୋରାପୁଟରୁ କୌଶଲ୍ୟା ହିକକା, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ବରଗଡ଼ରୁ ପରିଣିତା ମିଶ୍ର ପ୍ରାର୍ଥୀ ହୋଇଛନ୍ତି ।

ଗତଥର ଲୋକସଭା ଆସନରେ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ମହିଳା ଦିବସରେ ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ୍ ମଧ୍ଯ କହିଥିଲେ ଏଥର ମଧ୍ଯ ଲୋକସଭା ଆସନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବ । ତେଣୁ ବାଲେଶ୍ବର ଲୋକସଭା ଆସନରେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.