ଦିଲ୍ଲୀରେ ୫ ଦିନ ବନ୍ଦ ରହିବ ମଦ ଦୋକାନ, ସରକାର ଘୋଷଣା କଲେ ଡ୍ରାଏ ଡେ’

ଦିଲ୍ଲୀ ସରକାର ଏପ୍ରିଲ ମାସରେ ୫ ଦିନର ଡ୍ରାଏ ଡେ’ ଘୋଷଣା କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏହି ତାରିଖଗୁଡ଼ିକ ମଧ୍ୟ ଘୋଷଣା କରାଯାଇଛି ।

ରାଜଧାନୀ ଦିଲ୍ଲୀରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର । ଦିଲ୍ଲୀ ସରକାର ଏପ୍ରିଲ ମାସରେ ୫ ଦିନର ଡ୍ରାଏ ଡେ’ ଘୋଷଣା କରିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏହି ତାରିଖଗୁଡ଼ିକ ମଧ୍ୟ ଘୋଷଣା କରାଯାଇଛି ।

ଏପ୍ରିଲରେ ଏହି ପାଞ୍ଚ ଦିନ ସମସ୍ତ ମଦ ଦୋକାନ ବନ୍ଦ ରହିବ । ଆପଣ ଏହି ଦିନ ନା ମଦ କିଣିପାରିବେ ନା ବିକ୍ରି କରିପାରିବେ । ଏହାର ଅର୍ଥ, ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ତାରିଖରେ ମଦ ବିକ୍ରୟ ସଂପୂର୍ଣ୍ଣ ବନ୍ଦ ରହିବ । ଆଦେଶ ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦିଲ୍ଲୀ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଡ୍ରାଏ ଡେ’କୁ ନେଇ ଆଦେଶ ଜାରି କରାଯାଇଛି । ଏହା ଅନୁସାରେ, ଏପ୍ରିଲ ୧୧ ଇଦ, ଏପ୍ରିଲ ୧୭ ରାମନବମୀ, ଏପ୍ରିଲ ୨୧ ମହାବୀର ଜୟନ୍ତୀ ଦିନ ମଦ ଦୋକାନ ବନ୍ଦ ରହିବ । ଅନ୍ୟପକ୍ଷରେ ଦିଲ୍ଲୀ ସୀମା ସଂଲଗ୍ନ ଉତ୍ତର ପ୍ରଦେଶର ଜିଲ୍ଲାଗୁଡ଼ିକରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟ ଡ୍ରାଏ ଡେ’ ଘୋଷଣା କରାଯାଇଛି ।

ଅବକାରୀ ବିଭାଗ ପକ୍ଷରୁ ଜାରି ଆଦେଶ ମୁତାବକ, ଉତ୍ତର ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଏପ୍ରିଲ୍ ୨୪ ତାରିଖ ସନ୍ଧ୍ୟା ୬ଟାରୁ ଏପ୍ରିଲ ୨୬ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡ୍ରାଏ ଡେ’ ଲାଗୁ ରହିବ । ଏହି ସମୟ ମଧ୍ୟରେ ମଦ କ୍ରୟଏବଂ ବିକ୍ରୟ ନିଷେଧ ରହିବ ।

ଏପ୍ରିଲ ସହ ମେ’ ଏବଂ ଜୁନ୍‌ରେ ମଧ୍ୟ ଦିଲ୍ଲୀରେ ଡ୍ରାଏ ଡେ’ ଲାଗୁ କରାଯିବ । ମେ’ ୨୩ ବୁଦ୍ଧ ପୂର୍ଣ୍ଣିମା ଏବଂ ଜୁନ୍‌ ୧୭ ବକରିଦ୍‌ ଅବସରରେ ଦିଲ୍ଲୀରେ ଡ୍ରାଏ ଡେ’ ରହିବ । ଏହି ଦୁଇଟି ତାରିଖରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ । ଏହିପରି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ମୋଟ ୭ ଦିନ ପାଇଁ ମଦ ଦୋକାନ ବନ୍ଦ ରହିବ ।

କହି ରଖୁଛୁ ଯେ ପର୍ବପର୍ବାଣୀ ଏବଂ ନିର୍ବାଚନ ସମୟରେ ଡ୍ରାଏ ଡେ’ ଘୋଷଣା କରାଯାଇଥାଏ । ଏହା ବ୍ୟତୀତ ଯଦି ସରକାର କିମ୍ବା ପ୍ରଶାସନ ଅନୁଭବ କରନ୍ତି କି, ଏହା କରିବା ଆବଶ୍ୟକ, ତେବେ ଡ୍ରାଏ ଡେ’ ଘୋଷଣା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.